ପିଲାଙ୍କ ମାଙ୍କଡାମୀରୁ ସ୍ମାର୍ଟ ଫୋନକୁ ରକ୍ଷା କରିବ ଗୁଗଲ ପ୍ଲେଷ୍ଟୋରର ‘ପ୍ୟାରେଣ୍ଟଲ କଣ୍ଟ୍ରୋଲ’

Published By : Prameya-News7 Bureau | May 17, 2019 IST

ଏବେ ସମସ୍ତଙ୍କ ଆଗ୍ରହର ବସ୍ତୁ ପାଲଟିଛି ସ୍ମାର୍ଟ ଫୋନ। ପିଲା ହୁଅନ୍ତୁ କି ବୁଢା ସମସ୍ତଙ୍କର ଆବଶ୍ୟକତା ହେଉଛି ସ୍ମାର୍ଟ ଫୋନ। ତେବେ ଭାରତୀୟ ଚଳଣିରେ ଲୋକେ ସେମାନଙ୍କ ପିଲାଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଅନ୍ତି ନାହିଁ । ଏଣୁ ପିଲାମାନେ ଲୁଚାଇ ଛପାଇ ବାପ, ମାଙ୍କ ଫୋନ ନେଇ କେବେ କେବେ ଗେମ ଡାଉନଲୋଡ କରି ଖେଳୁଛନ୍ତି ତ କେବେ ସେମାନଙ୍କ ଆଗ୍ରହର ଭିଡିଓ  ଦେଖୁଛନ୍ତି । ତେବେ ପିଲାମାନେ ସ୍ମାର୍ଟଫୋନରେ ଏଭଳି କିଛି କରିବା ବେଳେ ଫୋନର ସେଟିଂ ଗଡବଡ ହୋଇଯାଏ । ଯେଉଁଥି ପାଇଁ ପରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏପରିକି କେବେ କେବେ ଫୋନରେ ଥିବା ଆପଣଙ୍କ ଜରୁରି ଆପ୍ଲିକେସନ ବି ଡିଲିଟ୍ ହୋଇଯାଇଥାଏ । ଏଣୁ ଯଦି ଆପଣଙ୍କ ଘରେ ଶିଶୁ ଥାନ୍ତି ଓ ଏଭଳି ହଇରାଣ କରୁଛନ୍ତି ତ ଫୋନରେ  ସେଟିଂ କରିଦିଅନ୍ତୁ ପ୍ୟାରେଣ୍ଟାଲ କଣ୍ଟ୍ରୋଲ । ଆପଣଙ୍କ ପିଲା  ଆଉ ଆପଣଙ୍କ ଫୋନ ସେଟିଂରେ ଗଡବଡ କରି ପାରିବେନି। ଆସନ୍ତୁ ଜାଣିବା ପ୍ୟାରେଣ୍ଟଲ ସେଟିଂ କ’ଣ ଓ କିପରି ହୁଏ।

{"id":112882}

ସବୁ ସ୍ମାର୍ଟ ଫୋନରେ ଏହି  ସୁବିଧା ଅଛି । ଏଥି ପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ କରିବାକୁ  ପଡିବ। ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଳେଷ୍ଟୋରକୁ ଯିବାକୁ ହେବ। ପ୍ଲେଷ୍ଟୋରର ରାଇଟରେ ଥିବା ୩ଟି ଗାରରେ କ୍ଲିକ କରି ପ୍ୟାରେଣ୍ଟଲ କଣ୍ଟ୍ରୋଲ ଅପସନକୁ ଅନ କରିବାକୁ ହେବ।   ଏଥିପାଇଁ ଏକ ପିନ ନମ୍ବର ଏଣ୍ଟ୍ରି କରିବାକୁ ହେବ। ଆପଣ ଥରେ ପିନ ନମ୍ବର ଏଣ୍ଟ୍ରି କରିଦେଲେ ଆପଣଙ୍କ ଅଜାଣତରେ ଫୋନ ନେଇ ପିଲାମାନେ ଗେମ, ଭିଡିଓ ଅଥବା ସଙ୍ଗ  ଡାଉନ ଲୋଡ କଲେ ପ୍ଲେଷ୍ଟୋର ପିନ ମାଗିବ। ପିନ ଭୁଲ ଏଣ୍ଟ୍ରି କଲେ ଡାଉନଲୋଡ ହେବନି କି ଆପଣଙ୍କ ସେଟିଂ ଗଡବଡ ହେବନି।

{"id":112871}

ଏହା ଛଡା ପ୍ଳେ ଷ୍ଟୋରରେ ସେଟିଂ କରି ମଧ୍ୟ ଆପଣଙ୍କ ଫୋନକୁ ସିକ୍ୟୋର କରିପାରିବେ। ନଚେତ ୟୁଜର ପ୍ରୋଫାଇଲରେ ନୂଆ ଗୁଗଲ ଆକାଉଣ୍ଟ ଖୋଲନ୍ତୁ। ଯାହା ଆପଣଙ୍କ ଫୋନକୁ ଆପଣଙ୍କ ପିଲାଙ୍କ ମାଙ୍କଡାମୀରୁ ରକ୍ଷା କରିବ। ମୋବାଇଲ ସ୍ମାର୍ଟ ଫୋନର ବିଶେଷତା ହିଁ ଏହା ସବୁ ବର୍ଗରୁ ଲୋକଙ୍କୁ ଆକର୍ଷତ କରୁଛି । ଏଣୁ ନିଜ ଫୋନକୁ ସୁରକ୍ଷିତ ରଖିବା ଦାୟିତ୍ବ  ନିଜର ହୋଇଥିବାରୁ ଫୋନରେ ପ୍ରାଇଭେଟ ସେଟିଂ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.