ଏହି ତାରକାଙ୍କ ବାୟୋପିକ୍ ଫିଲ୍ମରୁ ବାହାରିଗଲେ ଶ୍ରଦ୍ଧା, ପରିନୀତି ଚୋପଡାଙ୍କ ଏଣ୍ଟ୍ରି
15/03/2019 at 1:20 PM

ମୁମ୍ୱାଇ୧୫|୩: ଭାରତୀୟ ବ୍ୟାଡମିଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ୍ ତିଆରି ହେଉଛି । ଏହାର ନିର୍ମାଣ କାମ ୨୦୧୮ ମସିହାରୁ ଆରମ୍ଭ ହୋଇସାରିଛି। ସାଇନା ଭାରତର ଗର୍ବ ହୋଇଥିବାରୁ ତାଙ୍କ ବାୟୋପିକ୍ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ପ୍ରଥମେ ଶ୍ରଦ୍ଧା କପୁର ଏହି ଚଳଚ୍ଚିତ୍ରର ଲିଡ ରୋଲ ପାଇଁ ବହୁ ପରିଶ୍ରମ କରିଥିଲେ। ସିନେମାରେ ସାଇନାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଖୁବ୍ ଟ୍ରେନିଂ ନେଇଥିଲେ ଶ୍ରଦ୍ଧା। ଶ୍ରଦ୍ଧାଙ୍କ ପ୍ରଥମ ଲୁକ୍ ଓ ପୋଷ୍ଟର ରିଲିଜ ମଧ୍ୟ କରାଯାଇଥିଲା। ହେଲେ ଏବେ ଫିଲ୍ମରୁ ବାହାରିଯାଇଛନ୍ତି ଶ୍ରଦ୍ଧା । ସୂଚନାଯୋଗ୍ୟ ଯେ, ଏବେ ଶ୍ରଦ୍ଧା କପୁରଙ୍କ ବଦଳରେ ପରିନୀତି ଚୋପଡା ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ସମୟର ଅଭାବ ଯୋଗୁଁ ଶ୍ରଦ୍ଧା ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଛନ୍ତି। ସାହୋ, ଛିଛୋଡେ, ଷ୍ଟ୍ରିଟ୍ ଡାନସର ଓ ବାଗି-୩ ଭଳି ବଡ ଫିଲ୍ମ ପାଇଁ ଶ୍ରଦ୍ଧା ସାଇନ କରିସାରିଛନ୍ତି। ଏହି ସବୁ ଚଳଚ୍ଚିତ୍ରର ଶୁଟିଂରେ ଶ୍ରଦ୍ଧା ବହୁତ ବ୍ୟସ୍ଥ ଅଛନ୍ତି ବୋଲି କହିଥିଲେ। ଏହି କାରଣରୁ ସେ ସାୟନାଙ୍କ ବାୟୋପିକ୍ରେ ଅଭିନୟ କରିବା ପାଇଁ ମନା କରିଛନ୍ତି। କାରଣ ଏହି ସିନେମାର ଶୁଟିଂ ପାଇଁ ସେ ସମୟ ଦେଇପାରିବେ ନାହିଁ।
