Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରେକ୍ଅପ୍‌ ପରେ ୬ ମାସ ଯାଏଁ ଘରେ ନିଜକୁ ବନ୍ଦି କରି ରଖିଥିଲେ ଏହି ବଲିଉଡ ଅଭିନେତ୍ରୀ

ମୁମ୍ବାଇ୧୨|୯: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ବ୍ରେକଅପ୍‌ ଓ ଆଫେୟର ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ଏମିତି ଜଣେ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ପ୍ରେମରେ ଅସଫଳ ହେବା ପରେ ୬ ମାସ ଯାଏଁ ନିଜକୁ ଘରେ ନିଜକୁ ବନ୍ଦ ରଖିଥିଲେ। ସେହି ଅଭିନେତ୍ରୀ ହେଉଛନ୍ତି ପରିନୀତି ଚୋପଡା।

ବଲିଉଡର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ପରିନୀତି ଚୋପଡା। ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପରିନୀତି। ନିକଟରେ ପରିନୀତିଙ୍କ ଫିଲ୍ମ ଜବରିୟା ଯୋଡି ରିଲିଜ ହୋଇଛି। ପରଦାରେ ଏହି ଫିଲ୍ମ ବିଷେଶ କିଛି କମାଲ କରିପାରିନାହିଁ।

ଗୋଟେ କାର୍ଯ୍ୟକ୍ରମରେ ସେ ନିଜ ଜୀବନ ବିଷୟରେ କିଛି କଥା କହିଥିଲେ। ପରିନୀତି କହିଥିଲେ ଯେ, ଯେତେବେଳେ ସେ ବଲିଉଡରେ ଡେବ୍ୟୁ କରିଥିଲେ ସେତେବେଳେ ସେ ଜଣେ ଅଭିନେତାଙ୍କ ସହ ରିଲେସନଶିପ୍‌ରେ ଥିଲେ। ସେ ଅଭିନେତାଙ୍କ ନାଁ ସ୍ପଷ୍ଟ କରିନଥିଲେ।

ରିଲେସନଶିପ୍‌ରେ ରହିବାର କିଛି ମାସ ପରେ ତାଙ୍କର ବ୍ରେକଅପ୍‌ ହୋଇଥିଲା। ଏଥିପାଇଁ ତାଙ୍କୁ ବଡ ଝଟ୍‌କା ଲାଗିଥିଲା। ଏହା ପରେ ସେ ନିଜକୁ ୬ ମାସ ଯାଏଁ ଘରେ ବନ୍ଦି କରି ରଖିଥିଲେ। ନା କାହା ସହ ଦେଖା ହେଉଥିଲେ ନା ଖୁସି ଥିଲେ। ହେଲେ ତାଙ୍କ ପରିବାର ଓ ସାଙ୍ଗସାଥିଙ୍କ ପାଇଁ ସେ ଏଭଳି ପରିସ୍ଥିତିରୁ ବାହାରିପାରିଥିଲେ। ପରବର୍ତ୍ତି ସମୟରେ ସେ କେବଳ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ।

468 Views

   ସମ୍ବନ୍ଧିତ ଖବର