‘ପରୀ’ ମୃତ୍ୟୁ ମାମଲା: ଅଭିଯୋଗ ପରେ ଆକ୍ସନ, ନୟାଗଡ଼ ସଦର ଥାନା IIC ସସ୍‌ପେଣ୍ଡ, SDPOଙ୍କ ବଦଳି

Published By : Prameya-News7 Bureau | December 10, 2020 IST

ନୟାଗଡ଼ ୧୦/୧୨: ‘ପରୀ’ ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର। ତେବେ ପରୀ ମାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ସୂରୁପ ନୟାଗଡ଼ ସଦର ଥାନା ଅଧିକାରୀ ରୀନାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି।

{"id":375788,"sizeSlug":"large","linkDestination":"none"}

ଅନ୍ୟପଟେ ନୟାଗଡ଼ ଏସଡିପିଓଙ୍କୁ ମଧ୍ୟ ବଦଳି କରାଯାଇଛି। ଏସଡିପିଓ ନୀରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଏନେଇ କଟକ ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି। ସେପଟେ କେନ୍ଦ୍ରାପଡ଼ା ଡିଏସ୍‌ପିଙ୍କୁ ନୟାଗଡ଼ ଏଓଡିପିଓ ଭାବେ ବଦଳି କରାଯାଇଛି।

{"id":375820,"sizeSlug":"large","linkDestination":"none"}

‘ପରୀ’ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପରୀ ହତ୍ୟାକାରୀକୁ ଗିରଫ ଦାବିରେ ବିଜେପି ଆନ୍ଦୋଳନ ଚଳାଇଛି । ଦଳର ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଗୁରୁବାର ନୟାଗଡ ଗସ୍ତ କରି ପରୀର ବାପାମାଙ୍କ ସହ ଆଲୋଚନା କରିବା ସହ ଗଣଧାରଣାରେ ଯୋଗଦେଇଥିଲେ । ନୟାଗଡରେ ପହଞ୍ଚି ପ୍ରଥମେ ପୁରନ୍ଦେଶ୍ବରୀ ଯଦୁପୁର ଗଁ।କୁ ଯାଇ ପରୀର ମୃତଦେହ ମିଳିଥିବା ସ୍ଥନକୁ ଯାଇଥିଲେ ।

ତେବେ ପରୀ ମୃତ୍ୟୁ ମାମଲାରେ ତଦନ୍ତ କରୁଛି ଏସଆଇଟି। ଡିସେମ୍ବର ୫ରେ ଡିଜିପି କ୍ୟାମ୍ପରେ ପରୀ ମୃତ୍ୟୁ ମାମଲାକୁ ନେଇ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ, ଏସଆଇଟି ଦ୍ବାରା ପରୀ ମୃତ୍ୟୁ ମାମଲାର ତଦନ୍ତ ସଂପର୍କରେ କୌଣସି ସୂଚନା ଦେବା ଲାଗି ଅତି କମରେ ୨ ସପ୍ତାହ ସମୟ ଦରକାର ।

ରାଜ୍ୟ ସରକାର ଓ ଡିଜି ତଦନ୍ତ ପାଇଁ ତାଙ୍କୁ ଦାୟିତ୍ବ ଦେଇଛନ୍ତି । ଲୋକଙ୍କର ମଧ୍ୟ ଏସଆଇଟି ଉପରେ ଭରସା ଥିବା କଥା ବୋଥ୍ରା କହିଥିଲେ। ସୂଚନା ଥାଉ କି ପରୀ ହତ୍ୟାକାରୀକୁ ଏସଆଇଟି ଖୋଜୁଛି । ପରୀ ହତ୍ୟାକାରୀକୁ ଧରିବା ପାଇଁ ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ୍ । ସୂଚନା ଅନୁସାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଘଟଣାର ବିଭିନ୍ନ ଦିଗ ଉପରେ ଯାଞ୍ଚ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.