Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁରୀରେ ଫନି ଘରଭଙ୍ଗା ସହାୟତାରେ ପାତରଅନ୍ତର ଅଭିଯୋଗ

4/11/2019 at 2:13 PM

ପୁରୀ ୪/୧୧: ପୁରୀ ଜିଲ୍ଲାରେ ଫନି ଘରଭଙ୍ଗା ସହାୟତାରେ ପାତରଅନ୍ତର କରାଯାଇଛି। ବାତ୍ୟାର ୬ ମାସ ବିତିବାକୁ ବସିଥିଲେ ମଧ୍ୟ ଜିଲ୍ଲାର ଯୋଗ୍ୟ ଓ ଗରିବ ହିତାଧିକାରୀ ଘରଭଙ୍ଗା ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଦଳୀୟ ଭିତିରେ ଘରଭଙ୍ଗା ସହାୟତା ଦିଆଯାଇଥିବା ବିଜେପି ଅଭିଯୋଗ ଆଣିଛି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ଼ଃ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳି ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ଘରଭଙ୍ଗା ସହାୟତାରୁ ବାଦ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ଖୁବଶୀଘ୍ର ଘରଭଙ୍ଗା ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ, ନୂତନ ଆବେଦନକୁ ଗ୍ରହଣ କରିବାକୁ ଦାବି କରିଛି ବିଜେପି।

ଜିଲ୍ଲାରେ ୩.୫ ଲକ୍ଷ ଲୋକଙ୍କ ମଧ୍ୟରୁ ୨.୭୫ ଲକ୍ଷ ଲୋକଙ୍କୁ ଘରଭଙ୍ଗା ଆର୍ଥିକ ସହାୟତା ପ୍ରଦାନ କରାଯାଇସାରିଛି। ମାତ୍ର ସମସ୍ତେ ୯୫ ହଜାର ଟଙ୍କା ପାଇଁ ଦାବୀ କରି ପୁନଃ ଆବେଦନ କରିଛନ୍ତି। ଅନିୟମିତତା କରିଥିବା ଜିଆରଏସ, ଆରଆଇ ଓ ମଧ୍ୟସ୍ଥିଙ୍କ ବିରୁଦ୍ଧରେ ତଦନ୍ତ କରି ଗିରଫ କରାଯିବ। ତେବେ ସମସ୍ତ ଯୋଗ୍ୟ ଓ ଗରିବ ଲୋକେ ଘରଭଙ୍ଗା ସହାୟତା ପାଇବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

   Related Posts