ପାର୍ସଲ ବୋମା ବିସ୍ଫୋରଣ ଘଟଣା : ପୁଞ୍ଜିଲାଲକୁ ପାଟଣାଗଡ ଜେଲ୍ରୁ ଅଣାଗଲା ବଲାଙ୍ଗିର ଜେଲ୍
8/02/2019 at 2:52 PM

ବଲାଙ୍ଗିର ୮|୨: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରକୁ ପାଟଣାଗଡ ଜେଲ୍ ରୁ ବଲାଂଗୀର ଜେଲ୍ କୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ପାଟଣାଗଡ ଜେଲରୁ କଡା ସୁରକ୍ଷାବଳୟ ମଧ୍ୟରେ ପୁଞ୍ଜିଲାଲକୁ ବଲାଙ୍ଗିର ଅଣାଯାଇଛି । ଗତ ୨୪ତାରିଖରେ ପୁଞ୍ଜିଲାଲ ସହ ଅନ୍ୟ ୬ଜଣ ପାଟଣାଗଡ ଜେଲରୁ ଫେରାର ଉଦ୍ୟମ କରୁଥିବା ନେଇ ଥାନାରେ ହୋଇଥିଲା । ଏହାପରେ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ ପାଟଣାଗଡ ଜେଲ୍ ରେ ଦୁର୍ନୀତି ହେଉଛି ବୋଲି କହିଛନ୍ତି ପୁଞ୍ଜିଲାଲ ।

୨୦୧୮ ଫେବ୍ରୁଆରୀ ୧୮ତାରିଖରେ ପାଟଣାଗଡର ସୌମ୍ୟ ଶେଖର ସାହୁ ଓ ରୀମା ସାହୁଙ୍କ ବାହାଘର ହୋଇଥିଲା । ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା । ଯାହାକୁ ଖୋଲିବା ପରେ ଏକ ବଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ନବ ବିବାହିତ ସୌମ୍ୟ ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ହୋଇଥଲେ ।