ପାର୍ସଲରେ ବିସ୍ଫୋରଣ : ଡେଲିଭରୀ ବଏଙ୍କ ହାତରେ ଫାଟିଗଲା ପାର୍ସଲ ବକ୍ସ

Published By : Prameya-News7 Bureau | July 01, 2020 IST

ମୋଗା ୦୧/୦୭ : ପଞ୍ଜାବ ମୋଗା ଜିଲ୍ଲାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି | ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା | ଜଣେ ଡେଲିଭରି ବଏଙ୍କ ହାତରେ କୁରିୟର ପାକେଟରେ ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣ ଏତେ ଭୟଙ୍କର ଥିଲା ଆଖପାଖ ଅଞ୍ଚଳରେ ଜୋର ଶବ୍ଦ ହୋଇଥିଲା ଏବଂ ଲୋକେ ଡରି ଯାଇଥିଲେ | ବିସ୍ଫୋରଣରେ ଡେଲିଭରୀ ବଏ ଗୁରୁତର ଆହତ ହୋଇଛନ୍ତି | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ ଆରମ୍ଭ କରିଥିଲା |

ବିସ୍ଫୋରଣ ସମ୍ପର୍କରେ ପୋଲିସ ଡେଲିଭରୀ ବଏକୁ ପଚରାଉଚୁରା କରିଥିଲା | ସେ କହିଛନ୍ତି ଯେ ସେ ସବୁଦିନ ଭଳି କୁରିୟର ପାକେଟ ଦେବାକୁ ଆସିଥିଲେ | ଡେଲିଭରି ପୂର୍ବରୁ ସେ ଏବଂ ତାଙ୍କର ଜଣେ ସାଙ୍ଗ ବାଘାରେ ଏକ ଦସ୍ତାବେଜର ଫଟୋ ଟେଷ୍ଟ କରିବା ପାଇଁ ଅଟକିଥିଲେ | ସେ କହିଛନ୍ତି ଯେ ତାଙ୍କ ସାଙ୍ଗ ଫଟୋ ଟେଷ୍ଟ କରିବାକୁ ଦୋକାନକୁ ଯାଇଥିଲେ ଏବଂ ସେ ଦୋକାନ ବାହାରେ ବାଇକ ପାଖରେ କୁରିୟର ବକ୍ସ ଧରି ଛିଡା ହୋଇଥିଲେ | ସେତେବେଳେ ଅଚାନକ ବିସ୍ଫୋରଣ ହୋଇଥିଲା | 

ବାଘା ଅଞ୍ଚଳରେ ବିସ୍ଫୋରଣ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଅଧିକାରୀ ଆଖପାଖର ସିସିଟିଭି ଫୁଟେଜ ଚେକ କରୁଛନ୍ତି ଏବଂ ଘଟଣା ନିରୀକ୍ଷଣ କରୁଛନ୍ତି | ପୋଲିସକୁ ଘଟଣାସ୍ଥଳରୁ କିଛି ଲୁହା ଖଣ୍ଡ ଜବତ କରିଛି | ପାର୍ସଲରେ ପାୱାରବ୍ୟାଙ୍କ ଥିବା ସନ୍ଦେହ କରାଯାଉଛି | ସେଥିପାଇଁ ଏହି ବିସ୍ଫୋରଣ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି | ତେବେ ପାର୍ସଲରେ କିଛି ବିସ୍ଫୋରକ ପଦାର୍ଥ ଥିବା ମଧ୍ୟ ସନ୍ଦେହ କରାଯାଉଛି | ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକ୍ଷକ ହର୍ମନବୀର ସିଂହ ଗିଲ କହିଛନ୍ତି ଯେ ଖୁବ ଶୀଘ୍ର ମାମଲାର ଖୁଲାସା ହେବ | ଯେଉଁ ସ୍ଥାନରୁ ପାର୍ସଲ ଅଣାଯାଇଥିଲା ସେଠାକାର ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରିବ ବୋଲି କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.