ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଉଦଘାଟନ; ଭିଡିଓ କନ୍ଫରେନସିଂ ଜରିଆରେ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ
8/09/2018 at 4:05 PM

ବଲାଙ୍ଗୀର ୮/୯ : ବଲାଙ୍ଗୀର ଜିଲ୍ଲାରରେ ପ୍ରତି ବର୍ଷ ମରୁଡିର ଶିକାର ହେଉଥିବା ଚାଷୀଙ୍କ ପାଇଁ ସରକାରଙ୍କ ବୃହତ ଜଳସେଚନ ଯୋଜନା। ଆଜି ସ୍ଥାନିୟ ଭରସୁଜା ଗାଁ ଠାରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ। ଭିଡିଏ କନ୍ଫରେନସିଂ ଜରିଆରେ ଏହି ବୃହତ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ । ୩୩୯ .୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମୋଟ ଜଳସେଚନ ସୁବିଧା ୧୬,୨୦୦ ହେକଟର ଚାଷ ଜମି କୁ ସୁବିଧା ଯୋଗାଇବ ଏହି ପ୍ରକଳ୍ପ। । ବଲାଙ୍ଗୀର ଜିଲ୍ଲାର ୫ ଟି ବ୍ଲକ ଆଗଲପୁର, ଟିଟିଲାଗଡ, ଦେଓଗାଁ, ସଇଁନ୍ତଳା, ଓ ଗୁଡଭେଲା ବ୍ଲକର ୯ ଟି ପଞ୍ଚାୟତ ର ପାଖା ୧୨୫ ଟି ଗ୍ରାମର ଚାଷ ଜମିକୁ ଜଳସେଚନ ର ବ୍ୟବସ୍ଥା ଯୋଗାଇଦେବ। ତେବେ ଏହି ବୃହତ ଜଳସେଚନ ସୁବିଧା ହେବା ଯୋଗୁଁ ବେଶ ଖୁସି ଅନୁଭବ କରିଛନ୍ତି ଚାଷୀ।