Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ତିନୋଟି ଜୈନ ମନ୍ଦିରରେ ପରୟୁସାନ ପୂଜାକୁ ଅନୁମତି, କିନ୍ତୁ ଗଣେଶ ପୂଜାକୁ ନା

21/08/2020 at 9:48 PM

ନୂଆଦିଲ୍ଲୀ ୨୧।୦୮: ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଆଦେଶରେ ଜୈନ ସଂପ୍ରଦାୟକୁ ମୁମ୍ଵାଇର ତିନୋଟି ମନ୍ଦିରରେ ପରୟୁସାନ ପୂଜାରେ ଉପସ୍ଥିତ ହେବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହି ଅନୁମତି ଗଣେଶ ପୂଜା କି ଆଗାମୀ ଅନ୍ୟ କୌଣସି ପୂଜା ପାଇଁ ଉଦାହରଣ ଭାବେ ନିଆଯାଇ ପାରିବ ନାହିଁ। ତେଣୁ ଗଣେଶ ପୂଜା କି ଅନ୍ୟ ପୂଜାପର୍ବାଣୀ ପାଇଁ ଅନୁମତି ଦେବାକୁ କୌଣସି ଆବେଦନ ଉପରେ କୋର୍ଟ ସଂପ୍ରତି ବିଚାର କରିବେ ନାହିଁ।

ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କହିଛନ୍ତି ଆବେଦନକାରୀଙ୍କ ଆବେଦନକୁ ସ୍ଵୀକାର କରି ଅଦାଲତ ଜୈନ ସଂପ୍ରଦାୟର ଶ୍ରଦ୍ଧାଳୁଙ୍କୁ  କେବଳ ପୟରୁସାନ ପୂଜା ଦିନ ମୁମ୍ବାଇର ତିନୋଟି ମନ୍ଦିର ଦାଦରର, ବାୟକୁଲାର ଓ ଚେମ୍ବୁରରେ  ପ୍ରାର୍ଥନା ପାଇଁ ଅନୁମତି ଦିଆଯାଉଛି। ପୀଠ ଏହା ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ତରଫରୁ ଧାର୍ମିକ ପୀଠ ଖୋଲା ନେଇ ଜାରି ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରାଯିବ। କାରଣ କରୋନା ସଂକ୍ରମଣର ପ୍ରକୋପ କାରଣରୁ ଦେଶରେ ଧାର୍ମିକ ସ୍ଥଳ ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ।

କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଏହି କେସ୍‌ରେ କେନ୍ଦ୍ର ସରକାର କୌଣସି ପ୍ରକାରର ବ୍ୟବସ୍ଥା କରି ପାରିବେ ନାହିଁ। କେସ୍‌ର ଶୁଣାଣି କରୁଥିବା ପୀଠରେ ବୋବଡେସଙ୍କ ବ୍ୟତୀତ ବିରାରପତି ଏସଏ ବୋପାନ୍ନା ଓ ଭି ରାମସୁବ୍ରମଣ୍ୟମ ମଧ୍ୟ ଅଛନ୍ତି।

ଏକ ନିର୍ଦ୍ଦିଷ୍ଟ ପୂଜା ସମୟରେ ମନ୍ଦିର ଯିବା ବେଳେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌କୁ ପାଳନ କରିବେ ବୋଲି ଅଦାଲତ ଆବେଦନକାରୀଙ୍କୁ କହିଛନ୍ତି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଅନ୍ତରୀଣ ଆଦେଶ ପ୍ରଦାନ କରି ମନ୍ଦିରରେ ପ୍ରାର୍ଥନା ପାଇଁ ଅନୁମତି ଦିଆଯାଇଛି। ଏହା ଗଣେଶ ପୂଜା କି ଆଗାମୀ ଅନ୍ୟ ପର୍ବାଣୀର ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ।

କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ବା ଟ୍ରଷ୍ଟ  ମନ୍ଦିର ପାଇଁ ଏହି ଆଦେଶ ଉଦ୍ଦିଷ୍ଟ ନୁହେଁ। ଅନ୍ୟ କୌଣସି ଧାର୍ମିକ ମାମଲାରେ ଏହି ଆଦେଶ ଲାଗୁ ହେବ ନାହିଁ।  ବିଶେଷ କରି ଯେଉଁଥିରେ ବଡ ସଂଖ୍ୟାରେ ଲୋକ ସାମିଲ।

ମୁଖ୍ୟ ବିଚାରପତି ଏହା ମଧ୍ୟ କହିଛନ୍ତି ଦୁଇ ଦିନ ପାଇଁ ଅଦାଲତ  ଜୈନ ଉତ୍ସବ ପାଇଁ ଅନୁମତି ଦେଇପାରେ। କୋଭିଡ୍ ସମୟରେ ଧାର୍ମିକ ଉତ୍ସବ ପାଳନ ନେଇ ବଡ ପ୍ରସଙ୍ଗ ଉପରେ ପରେ ଶୁଣାଣି କରାଯିବ। କୋର୍ଟ ଗଣତପି ଉତ୍ସବ ପାଇଁ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି କାରଣ ଗଣେଶ ପୂଜା ହେଲେ ବଡ ବଡ ମେଣ୍ଡାଲରେ ଅସଂଖ୍ୟ ଲୋକଙ୍କ ଭିଡ ଜମିବ, ଯାହା ନିୟନ୍ତ୍ରଣ କରିବା ମୁସ୍କିଲ ହେବ।

   Related Posts