ଲଦାଖରେ ଭାରତୀୟ ଯବାନଙ୍କ ବୀରତ୍ଵ ଦେଖିଲେ ପ୍ରତିରକ୍ଷା ମନ୍ତ୍ରୀ, ସୁପର ହରକ୍ୟୁଲେସ ବିମାନରୁ ଡେଇଁଲେ ପାରାଟ୍ରୁପର୍ସ, ଭିଡିଓ ଭାଇରାଲ

Published By : Prameya-News7 Bureau | July 18, 2020 IST

ଲେହ ୧୮।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତ କରି ଯବାନଙ୍କ ଉତ୍ସାହ ବଢାଇବା ସହିତ ସ୍ଥିତି ସମୀକ୍ଷା ମଧ୍ୟ କରିଛନ୍ତି। ଏହି ଅବସରରେ ସେନା ପକ୍ଷରୁ ଆୟୋଜିତ ଆର୍ମି ଡ୍ରିଲ୍‌  ଦେଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେନା ପକ୍ଷରୁ ଅନେକ ପ୍ରକାରର ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ କରାଯାଇଛି। ସମୁଦ୍ର ପତ୍ତନରୁ ୧୪ ହଜାର ମିଟର ଉଚ୍ଚତାରେ ଥିବା ବିଶ୍ଵର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ଲେହରେ ଚାଲିଥିବା ଏହି ଡ୍ରିଲରେ ସବୁଠୁ ବଡ ଆକର୍ଷକ ଥିଲା ଲେହର ଷ୍ଟକନାରେ ସି-୧୩୦ ଜେ ସୁପର ହରକ୍ୟୁଲେସ ବିମାନରୁ ଯବାନ ପାରାଟ୍ରୁପର୍ସ ତଳକୁ ଡେଇଁବା। ପାରାଟ୍ରୁପର୍ସ ତଳର ସ୍ଥିତି ଦେଖି କଳାକୌଶଳ ସହ ତଳକୁ ଖସିବା ସବୁଠୁ ଉପଭୋଗ୍ୟ ଏବଂ ସାହସିକ ପ୍ରଦର୍ଶନ ଥିଲା ବୋଲି ରାଜନାଥ ସିଂହ ଟ୍ଵିଟ୍ କରିଛନ୍ତି।

ଏହି ରଣ କୌଶଳର ଭିଡିଓ ଶୁକ୍ରବାର ସନ୍ଧ୍ୟାରେ ଜାରି କରାଯାଇଛି। ଭିଡିଓରେ ପାରାଟ୍ରୁପରର୍ସଙ୍କୁ ବିନା ଭୟ ଏବଂ ସଙ୍କୋଚରେ ବିମାନରୁ ଜଣେ ପରେ ଜଣେ ଡେଇଁବା ଦେଖିବାକୁ ମିଳିଛି।  ବିମାନ ବହୁ ଉଚ୍ଚରେ ଉଡୁଥିବା ଅବସ୍ଥାରେ ସେନାର ପାରାଟ୍ରୁପର୍ସ ଅନାୟସରେ ବିମାନରୁ ଡେଇଁବା ଏବଂ କ୍ୟାମେରା ଧରି ଏହି ଦୃଶ୍ୟକୁ ଉତ୍ତୋଳନ କରିବା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ପୂର୍ବତନ ସ୍ଵତନ୍ତ୍ର ପୋଲିସ ବଳର ଅଧିକାରୀ ମେଜର ସୁରେନ୍ଦ୍ର ପୁନିଆ ଟ୍ଵିଟ୍ କରିଛନ୍ତି ଯେ, ଆମେ ପ୍ରସ୍ତୁତ। ଆଜି ଫେଲୋ ପାରାଟ୍ରୁପର୍ସ ଲଦାଖରେ ନିଜର ନିୟମିତ କୌଶଳ ପ୍ରଦର୍ଶନ କରିଛନ୍ତି। ଜୟ ହିନ୍ଦ।

wp:html
/wp:html

ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୀମାରେ ପରିସ୍ଥିତିର ସମୀକ୍ଷା କରୁଥିବା ବେଳେ ଭାରତୀୟ ସେନା ଏହାର ଟି -୯୦ ଟ୍ୟାଙ୍କ ଏବଂ ସଶସ୍ତ୍ର ଯୁଦ୍ଧ ଯାନ ପ୍ରଦର୍ଶନ କରୁଥିବା ବେଳେ ଏହି ସାହସିକ କାର୍ଯ୍ୟ ଘଟିଛି। ପୂର୍ବ ଲଦାଖର ଏକ ଫରୱାର୍ଡ ପୋଷ୍ଟ ଷ୍ଟାକନାରେ ସିଂଙ୍କ ଉପସ୍ଥିତିରେ ସେନା ଟାଙ୍କି ସାମରିକ ଅଭ୍ୟାସ କରିଥିଲା। ପରେ ସିଂ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ଏକ ଠିକଣା ଦେଇଥିଲେ।

ଉଲ୍ଲେଖନୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ଲଦାଖ ଓ ଜାମ୍ମୁ-କାଶ୍ମୀର ଗସ୍ତରେ ଶୁକ୍ରବାର ସକାଳେ ଲେହରେ  ପହଞ୍ଚିଥିଲେ। ତାଙ୍କ ସହିତ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାଓ୍ଵତ ଏବଂ ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.