Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

୬ହଜାର ଫୁଟ୍ ଉଚ୍ଚରୁ ତଳକୁ ଖସିଲେ ଯବାନ, ଖୋଲିଲା ନାହିଁ ପାରାଚୁଟ୍… ଆଉ ତାପରେ…

11/03/2019 at 10:14 AM

ନୂଆଦିଲ୍ଲୀ ୧୧|୩ : ମଲପୁରା ପାରାଡ୍ରପିଂ ଜୋନ୍ ରେ ଏକ ଦୁର୍ଘଟଣା ଘଟିଯାଇଛି । ପାରାଚୁଟ୍ ପ୍ରଶିକ୍ଷଣ ସମୟରେ  ୬ହଜାର ଫୁଟ୍ ତଳକୁ ଖସିବା କାରଣରୁ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ତାଙ୍କର ପାରଚୁଟ୍ ନ ଖୋଲିବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ମୃତ ଯବାନ ହିମାଚଳ ପ୍ରଦେଶର କାଙ୍ଗଡା ନିବାସୀ ଥିଲେ । ସେ ପ୍ରଶିକ୍ଷଣ ପାଇଁ ଆଗ୍ରା ଆସିଥଲେ ।

ଦୁର୍ଘଟଣାର ଶୀକାର ହୋଇଥିବା ଯବାନଙ୍କ ନାମ ଅମିତ ସିଂହ । ଅମିତଙ୍କ ବୟସ ୨୭ବର୍ଷ । ଆଗ୍ରାରେ ପାରାଚୁଟ୍ ପ୍ରଶିକ୍ଷଣ ଚାଲିଥିଲା । ଅମିତ ମଧ୍ୟ ସେଥିରେ ସାମିଲ ଥିଲେ । ପ୍ରଶିକ୍ଷଣ ବେଳେ ଅମିତ ପ୍ରାୟ ୬ହଜାର ଫୁଟ୍ ଉଚ୍ଚରୁ ହେଲିକପ୍ଟରରୁ ଡେଇଁ ତଳକୁ ଖସିଥିଲେ । ମାତ୍ର ସେହି ସମୟରେ ତାଙ୍କର ପାରାଚୁଟ୍ ଖୋଲିନଥିଲା । ପାରାଚୁଟ୍ ନଖୋଲିବା କାରଣରୁ ସେ ସିଧା ଖସି ତଳେ ପଡିଥିଲେ । ଫଳରେ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମଲପୁରା ପାରାଡ୍ରପିଂ ଜୋନ୍ ରେ ୧୨ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା । ତିନି ଥର ଯାକ ପାରାଟ୍ରୁପରଙ୍କ ପାରାଚୁଟ୍ ଖୋଲି ନଥିଲା । ୨୦୧୮ ମସିହାରେ ୧୨ହଜାର ଫୁଟ୍ ଉଚ୍ଚରୁ ଖସି ଅନ୍ୟ ଜଣେ ଯବାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଘଟଣା ପର ଦିନ ପୋଲିସ ଯବାନଙ୍କ ମୃତଦେହକୁ ପୋଷ୍ଟମର୍ଟମ କରାଇଥିଲା । ଅମିତ କୁମାରଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପୈତୃକ ଗାଁ ଭୁଶାଓ୍ବାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟରେ କମାଣ୍ଡୋଙ୍କ ବେକର ହାଡ ଭାଙ୍ଗିବା ଏବଂ ମୁଣ୍ଡରେ ଗଭୀର ଭାବେ ଆଘାତ ଲାଗିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି ।

   Related Posts