Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗାଁକୁ ଉଡି ଆସିଲା ରହସ୍ୟମୟ ବେଲୁନ, ଲୋକେ ଆତଙ୍କିତ

14/09/2020 at 8:09 PM

ମାଲକାନଗିରି,୧୪|୦୯: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିନସ୍ଥ  ଏମପିଭି୮୩ ଗ୍ରାମରେ ସୋମବାର ଏକ ବେଳୁନ ସଦୃଶ୍ୟ ପାରାସୁଟ ଉଡି ଆସିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ସୋମବାର ସକାଳୁ ଏକ ଜମିରେ ଏହି ପ୍ୟାରସୁଟ ଟି ପଡିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପ୍ୟାରସୁଟରେ ଭାରତ ସରକାର ଲେଖା ରହିବା ସହ ଅଶୋକ ସ୍ତମ୍ଭ ରହିଛି । ତେବେ ଏହା କେଉଁଠୁ ଏବଂ କେମିତି ଆସିଲା ସେନେଇ କୌଣସି ଖବର ନଥିବା ବେଳେ ଲୋକେ ଏହାକୁ ଦେଖିବାକୁ ଭିଡ଼ ଜମାଇଛନ୍ତି ।

ପ୍ରଥମ ଥର ପାଇଁ ଏଭଳି ପ୍ୟାରସୁଟକୁ ଦେଖି ଲୋକେ ଚକିତ ହୋଇ ରହିଛନ୍ତି । ଘଟଣାସ୍ଥଳରେ ମୋଟୁ ପୋଲିସ ଓ ଅଗ୍ନିସମ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିବା ସହ ବେଳୁନ ସଦୃଶ୍ୟ ପାରାସୁଟଟିକୁ ମୋଟୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

   Related Posts