ପାରାଷ୍ଟାଫ୍ ନିଜ ଘରେ ଗଚ୍ଛିତ କରି ରଖିଥିଲେ ଜବତ କାଠ, ଚଢ଼ାଉରେ ଧରିଲା ବନ ବିଭାଗ

Published By : Prameya-News7 Bureau | January 23, 2021 IST

ପାଟଣା ୨୩।୦୧: ଜବତ କାଠକୁ ରେଞ୍ଜ ଅଫିସ୍‌ରେ ନରଖି ବନ କର୍ମଚାରୀ ନିଜ ଘରେ ରଖିଥିବା ଅଭିଯୋଗ ପରେ କେନ୍ଦୁଝର ମୋବାଇଲ ସ୍କ୍ବାର୍ଡ ପାଟଣା ରେଞ୍ଜରେ କାର୍ଯ୍ୟ କରୁଥିବା ପାରାଷ୍ଟାଫ ନିରଞ୍ଜନ ନାଏକଙ୍କ  ସାହାରପଡା ବ୍ଲକ ଗୋରାଣ୍ଡିଯୋଡ଼ି ସ୍ଥି ଘର ଉପରେ ଚଢ଼ାଉ କରିଛି। ଜବତ କାଠକୁ ବନ ବିଭାଗ କର୍ମଚାରୀ ପାରାଷ୍ଟାଫଙ୍କ ଘରେ ଗଛିତ ରଖିଥିବା ଅଭିଯୋଗ ପରେ କେନ୍ଦୁଝର ଡିଏଫଓ ସ୍ୱୟମ୍ ମଲ୍ଲିକଙ୍କ ନିର୍ଦ୍ଦେଶରେ ମୋବାଇଲ ସ୍କ୍ୱାର୍ଡ ଚଢ଼ାଉ କରିଛନ୍ତି।

ଚଢ଼ାଉ ସମୟରେ ପାରାଷ୍ଟାଫ ନିରଞ୍ଜନ ନାଏକଙ୍କ ବାଡ଼ିରେ  ୮ ଖଣ୍ଡ ଶାଳ ଗଣ୍ଡି ଥିବା ଦେଖିବାକୁ ମିଳିଥିଲା। ମୋବାଇଲ ସ୍କ୍ୱାର୍ଡ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ଗତବର୍ଷ ଜବତ କାଠକୁ ଏଠାରେ ରଖାଯାଇଥିବା କହିଛନ୍ତି।  ଅନ୍ୟପଟେ ଜବତ କାଠକୁ ପାଟଣା ରେଞ୍ଜ ଅଫିସକୁ ନିଆ ନଯାଇ ପାରାଷ୍ଟାଫଙ୍କ ବାଡ଼ିରେ କିପରି ରଖାଯାଇଛି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଫୋନ ଯୋଗେ କେନ୍ଦୁଝର ଡି.ଏଫ୍.ଓଙ୍କ  ମତାମତ ନେବାରୁ ସେ କହିଛନ୍ତି ଯେ ଉକ୍ତ ଘଟଣାକୁ ନେଇ  ଅଭିଯୋଗ ହୋଇଥିଲା। ଚଢାଉ ଜାରି ରହିଛି  ଏହା ପରେ ସମସ୍ତ ତଥ୍ୟ ଦିଆ ଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.