'ବିଗ୍ ବସ୍' ରେ ବିଶୃଙ୍ଖଳା: ରାତି ଅଧରେ ମାହିରାଙ୍କୁ କିସ୍ କଲେ ପାରସ୍ ଚୋବଡ଼ା, ଏକ୍ସ ଗାର୍ଲଫ୍ରେଣ୍ଡ କହିଲେ ଦୀର୍ଘ ତିନି ବର୍ଷ…

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ୧୯/୧୨: ବିଗ୍‌ ବସ୍‌ ସିଜିନ୍‌ ୧୩ରେ ପାରସ୍‌ ଚୋବଡ଼ା ଓ ମାହିରା ଶର୍ମାଙ୍କ ବନ୍ଧୁତା ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ବିଗ୍ ବସ୍‌ ଘରେ ଏହି ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି। ପାରସ୍‌ ଓ ମାହିରା ଏହି ଦୁହେଁ ପରସ୍ପରକୁ ପ୍ରେମ ନିବେଦନ କରି ସାରିଛନ୍ତି। ବୁଧବାର ପ୍ରସାରିତ ଏପିସୋଡ୍‌ରେ ଏହି ଦୁହିଁଙ୍କ କେମିଷ୍ଟ୍ରୀ ଦେଖିବାକୁ ମିଳିଥିଲା। ରାତି ଅଧରେ ମାହିରାଙ୍କୁ ପାରସ୍ କିସ୍‌ କରିଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା। ଏହି ଦୁହିଁଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

{"id":199782,"sizeSlug":"large"}

ତେବେ ବିଗ୍‌ ବସ ଘରେ ଚୋବଡ଼ାଙ୍କ ଗାର୍ଲଫ୍ରେଣ୍ଡ ଆକାଂକ୍ଷା  ଏହି ଦୁହିଁଙ୍କ ସଂପର୍କ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆକାଂକ୍ଷା ଏକ ସାକ୍ଷାତକାରରେ କହିଛନ୍ତି ଯେ ପାରସ୍‌ଙ୍କ ପ୍ରେମ କାହାଣୀ ଦେଖି ତାଙ୍କୁ ଏମିତି ଲାଗୁଛି ଯେ ଯେମିତି ତାଙ୍କ ଲଭ ଷ୍ଟୋରି ଶେଷ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଗ୍‌ ବସ ଘରେ ପାରସ୍‌ଙ୍କ କାର୍ଯ୍ୟକଳାପ ଉପରେ ତାଙ୍କର ସନ୍ଦେହ ସୃଷ୍ଟି ହୋଇଛି।

{"id":199783,"sizeSlug":"large"}

ଏପରି କି ବିଗ୍‌ ବସ୍‌ ଘରେ ଚାଲିଥିବା ଘଟଣା ସତ ନା ପାରସ୍ ଓ ଆକାଂକ୍ଷାଙ୍କ ମଧ୍ୟରେ ଗଢ଼ି ଉଠିଥିବା ତିନି ବର୍ଷର ସଂପର୍କ ସତ ଏଭଳି ପ୍ରଶ୍ନ ତାଙ୍କ ମନରେ ଉଠିଛି। ସେ କେବଳ ବିଗ୍ ବସ୍‌ ଘରୁ ବାହାରିବାକୁ ଅପେକ୍ଷା କରିଛନ୍ତି। ଆକାଂକ୍ଷା କହିଛନ୍ତି ଯେ ମାହିରାଙ୍କ ସହ ଦୋସ୍ତି କରିବାକୁ ପାରସ୍‌ଙ୍କୁ ଉପଦେଶ ଦେବା ତାଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଆକାଂକ୍ଷା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.