Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସିଜ୍‌ ହେଲା ପାରସ୍‌ ହସ୍ପିଟାଲ : ଅକ୍ସିଜେନ ଅଭାବରୁ ୫ ମିନିଟରେ ଚାଲିଯାଇଥିଲା ୨୨ କରୋନା ରୋଗୀଙ୍କ ଜୀବନ

8/06/2021 at 6:40 PM

ଆଗ୍ରା ୦୮/ ୦୬ : ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ସଂକ୍ରମଣ ଅଣାୟତ ହେଉଥିବା ବେଳେ ସେହି ହୃଦୟ ବିଦାରକ ଯନ୍ତ୍ରଣା ଯୁଝିଛି ସାରା ଦେଶ । ଅନେକ ବଡ ବଡ ସହରରେ ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତମାନେ ଆଖି ସାମ୍ନାରେ ମୃତ୍ୟୁବରଣ କରୁଥିଲେ। ଅନେକ ଲୋକ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଆଗ୍ରା ସ୍ଥିତ ପାରସ ହସ୍ପିଟାଲକୁ ସିଜ୍‌ କରିଦିଆଯାଇଛି । ଏହି ହସ୍ପିଟାଲର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାରସ ହସ୍ପିଟାଲର ମାଲିକ ଅରିଞ୍ଜୟ ଜୈନ ୫ ମିନିଟ ପାଇଁ ହସ୍ପିଟାଲର ଅକ୍ସିଜେନ ସପ୍ଲାଏ ବନ୍ଦ କରିଦେବାକୁ କହୁଥିବାର ଶୁଣିବାକୁ ମିଳୁଥିଲା । ତେବେ ଏହାର ପରେ ହିଁ ଅକ୍ସିଜେନ ଅଭାବରୁ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ଦାବିକରାଯାଇଥିଲା ।


ବର୍ତ୍ତମାନ ପୁରା ଘଟଣାର ଯାଞ୍ଚ ଜାରି ରହିଛି । ଜିଲ୍ଲାପାଳ, ହସ୍ପିଟାଲକୁ ସିଜ୍ କରିବା ପାଇଁ ଆଦେଶ ଦେବା ପରେ ଏହାକୁ ବନ୍ଦ କରିଦିଆଯାଇଛି। ପ୍ରାୟ ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏହା ସହିତ ହସ୍ପିଟାଲର ସଞ୍ଚାଳକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।ପାରସ ହସ୍ପିଟାଲର ସଞ୍ଚାଳକ ଅରିଞ୍ଜୟ ଜୈନଙ୍କ ବିରୁଦ୍ଧରେ ମହାମାରୀ ଅଧିନିୟମ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଅକ୍ସିଜେନ ଅଭାବକୁ ନେଇ ଗୁଜବ ପ୍ରଚାର କରିବା ଏବଂ ଲୋକଙ୍କୁ ଭ୍ରମିତ କରିବା ଅଭିଯୋଗରେ ଅରିଞ୍ଜୟ ଜୈନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।


ପାରସ ହସ୍ପିଟାଲକୁ ସିଜ୍ କରାଯିବା ପରେ ସେଠାରେ ଚିକିତ୍ସିତ ହେଉଥିବା ମୋଟ ୫୫ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ପୁରା ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ପାରସ ହସ୍ପିଟାଲ ମାଲିକ ଅରିଞ୍ଜୟ ଜୈନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଡାକ୍ତରଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, ଏପ୍ରିଲ ୨୬ ତାରିଖରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିଯାଇଥିଲା । ସେଥିପାଇଁ ସେଠାରେ ୫ ମିନିଟ ପର୍ଯ୍ୟନ୍ତ ଅକ୍ସିଜେନ ସଞ୍ଚାଳନ ବନ୍ଦ କରିଦେବାକୁ କୁହାଯାଇଥିଲା । ଏଥିରେ ୨୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ କିନ୍ତୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ପାରସ ମାଲିକ ଅରିଞ୍ଜୟ ଜୈନ । ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଏହା ପୂର୍ବରୁ ଜିଲ୍ଲା ଅଧିକାରୀ ପ୍ରଭୁ ନାରାୟଣ ସିଂହ କହିଥିଲେ ଯେ ୨୬ ଓ ୨୭ ତାରିଖରେ ଅକ୍ସିଜେନ ଅଭାବ ଥିଲା । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ସହ ପ୍ରଶାସନ ଟିମ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚାଇବା କାମ କରିଥିଲା । ସେ କହିଥିଲେ ଯେ ୨୬ ତାରିଖରେ ପାରସ ହସ୍ପିଟାଲରେ ୯୭ ରୋଗୀ ଭର୍ତ୍ତି ଥିଲେ ଓ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ ଯୋଗୀ ସରକାରଙ୍କ ପ୍ରବକ୍ତା ଓ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ସିଂହ ଏହି ମାମଲାକୁ ଜଘନ୍ୟ ଅପରାଧ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଆଗ୍ରା ପାରସ ହସ୍ପିଟାଲ ମାମଲାରେ ଟ୍ୱିଟ କରିଥିଲେ । ସେ ଏହି ମାମଲାରେ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ସେ ଲେଖିଛନ୍ତି, ‘ବିଜେପି ଶାସନ କାଳରେ ଅକ୍ସିଜେନ ଓ ମାନବିକତା ଉଭୟର ଅଭାବ ରହିଛି । ଏହି ଭୟଙ୍କର ଅପରାଧ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଦୁଃଖର ସମୟରେ ମୃତକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି ।’

   Related Posts