Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ପରାକ୍ବେଟ କୀଟନାଶକ ଏବେ ସରକାରଙ୍କ ପାଇଁ ଘାତକ ହେବାକୁ ଯାଉଛି : ନେଲାଣି ୨୬୦ ଜୀବନ, ବିଜେପୁରରେ ବିରୋଧୀଙ୍କ ପାଇଁ ହେବ ମୁଖ୍ୟ ଅସ୍ତ୍ର

5/10/2019 at 7:13 PM

ଭୁବନେଶ୍ବର୫|୧୦: ଘାତକ ପରାକ୍ବେଟ କୀଟନାଶକ ଏବେ ସରକାରଙ୍କ ପାଇଁ ଘାତକ ହେବାକୁ ଯାଉଛି।  ବିଜେପୁରରେ ବିରୋଧୀଙ୍କ ପାଇଁ ହେବ ମୁଖ୍ୟ ଅସ୍ତ୍ର।  ପାରାକ୍ବେଟ ବ୍ୟବହାର ଯୋଗୁଁ ବରଗଡରେ ବିଭିନ୍ନ ଅଞ୍ଚଳରେ କ୍ୟାନସରେ ରୋଗ କାୟା ବିସ୍ତାର କରିଛି। ଆଉ ଏଥିପାଇଁ ନିଣ୍ଚିହ୍ନ ହୋଇଗଲାଣି ପରିବାର। ଯାହାକୁ ଜନଅସନ୍ତୋଷ ଥିବାବେଳେ  ଏହାକୁ ବିଜେପି ଓ କଂଗ୍ରେସ ବିଜେପରରେ ନିର୍ବାଚନୀ ପ୍ରସଙ୍ଗ କରି ପ୍ରଚାର କରିବେ…

ପରାକ୍ବେଟ ଓ ନକଲି କୀଟନାଶକ ହେବ ବିଜେପୁରରେ ନିର୍ବାଚନୀ ମୁଦ୍ଦା। ବିଜେପି ଓ କଂଗ୍ରେସ  ପରାକ୍ବେଟକୁ ଇସ୍ୟୁ କରି ନିର୍ବାଚନ ପ୍ରଚାର କରିବେ।  ପରାକ୍ବେଟ କୀଟନାଶକ ପ୍ରୟୋଗ ଫଳରେ କ୍ୟାନସର ବ୍ୟାପୁଛି । ଯେଉଁଥିପାଇଁ ୨୬୦ ଜଣଙ୍କ ଜୀବନ ଗଲାଣି। ନିଶ୍ଚିନ୍ନ ହୋଇଗଲାଣି ପରିବାର। ଏଭଳି କୀଟ ନାଶକକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟସରକାର ନିଷିଦ୍ଧ ଘୋଷଣା କରିନାହାନ୍ତି । ଯେଉଁଥିପାଇଁ ପ୍ରତିଦିନ ବୁର୍ଲାମେଡିକାଲ ମୁଣ୍ତଗଡୁଛି। ବିଜେପୁର ଉପନିର୍ବାଚନ ଥିବାବେଳେ ପାରାକ୍ବେଟକୁ ନେଇ ଲୋକଙ୍କ ଭିତରେ ମଧ୍ୟ ନିଆଁ ଜଳୁଛି। ତେଣୁ  ବିଜେପୁର ଉପନିର୍ବାଚନରେ ଏଭଳି ବଣ୍ଣିଂ ଇସ୍ୟୁକୁ  ଏବେ ମୁଦ୍ଦା କରି ଭୋଟ ହାତେଇବା ଚକ୍କରରେ ଅଛନ୍ତି ଦୁଇଦଳ।

ସମ୍ବଲପୁର, ବରଗଡ,ବଲାଙ୍ଗିର, ସୋନପୁର ଜିଲ୍ଲାର ୧୭୮ଜଣ ପାରାକ୍ବେଟ ଆାକ୍ରାନ୍ତ ରୋଗୀ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୪ ଜଶ ମୃତ୍ୟୁବରଣ କରିସାରିଛନ୍ତି। କାରଣ ,ଏହି ରୋଗୀମାନଙ୍କ ଦେହରେ କୌଣସି ଆଣ୍ଟିବାୟୋଟିକ କାମ କରୁନାହିଁ।  ତେଣୁ ଥରେ କୌଣସି ଲୋକ ଏହି ଘାତକ କୀଟନାଶକ ସସ୍ପର୍ଶରେ ଆସିଲେ ମୃତ୍ୟୁ ସୁନିଶ୍ଚିତ। ଯେଉଁ କ୍ଷେତରେ ଏହି କୀଟନାଶକ ସିଞ୍ଚନ କରାଯାଇଥାଏ। ସେହି କ୍ଷେତର ପନିପରିବା, ଧାଂନ ମୁଗ, ବିରିରେ ଖାଇଲେତାହା ଶରୀର ଉପରେ ଧୀରେ ଧୀରେ ବିଭିନ୍ନ ରୋଗ ହୋଇଥାଏ। ଏହାର ପ୍ରଭାବ​‌ରେ କ୍ୟାନସର ଭଳି ରୋଗ ହୋଇଥାଏ।

ପାରାକ୍ବେଟ କୀଟନାଶକ ପୂର୍ବରୁ କେରଳରେ ବିକ୍ରୀ, ଉତ୍ପାଦନ ଓ ବ୍ୟବହାରକୁ ସମ୍ପୂଣ୍ଣନିଷେଧ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଏହାକୁ ବ୍ୟାନ କରିବାକୁ ପ୍ରକିୟା ଆରମ୍ଭ କରିଛନ୍ତି। କିନ୍ତୁ ରାଜ୍ୟରେ ଏହା ପରାକ୍ବେଟ ଘାତକ ସାଜିଥିବାବେଳେ ସରକାର ଏପର୍ଯ୍ୟନ୍ତ ବ୍ୟାନ କରିନାହାନ୍ତି। ଯାହାକୁ ନେଇ ବିଜେପୁରରେ ସରକାରଙ୍କୁ ଘରିବେ ବିଜେପି ଓ କଂଗ୍ରେସ।

   Related Posts