Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଜୁନ୍ ୧ରୁ CAPF କ୍ୟାଣ୍ଟିନରେ ମିଳିବ କେବଳ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ

13/05/2020 at 2:14 PM

ନୂଆଦିଲ୍ଲୀ ୧୩/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶକୁ ସମ୍ବୋଧିତ କରି ଆତ୍ମନିର୍ଭରଶୀଳ ହେବାକୁ ଏବଂ ସ୍ବଦେଶୀ ଜିନିଷ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ | ଏହି ଦିଗରେ ପଦକ୍ଷେପ ନେଇ ଗୃହ ମନ୍ତ୍ରାଳୟ ବୁଧବାର ଦିନ ସମସ୍ତ ସୁଶାସ୍ତ୍ର ପୋଲିସବଳ (ସିଏପିଏଫ) କ୍ୟାଣ୍ଟିନ ଓ ଷ୍ଟୋରରେ କେବଳ ସ୍ବଦେଶୀ ଜିନିଷ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି | ଆସନ୍ତା ଜୁନ ୧ ତାରିଖରୁ ସାରା ଦେଶରେ ଥିବା ସମସ୍ତ ସିଏପିଏଫ କ୍ୟାଣ୍ଟିନରେ ଏହି ନିୟମ ଲାଗୁ ହେବ | ଦେଶର ସିଏପିଏଫ କ୍ୟାଣ୍ଟିନର ମୋଟ କ୍ରୟ ପାଖାପାଖି ୨୮୦୦ କୋଟି ଟଙ୍କା | ୧୦ ଲକ୍ଷ ସିଏପିଏଫ କର୍ମଚାରୀଙ୍କ ପାଖାପାଖି ୫୦ ଲକ୍ଷ ପରିଜନ ସ୍ବଦେଶୀ ଉତ୍ପାଦ ଉପଯୋଗ କରିବେ | ଗୃହ ମନ୍ତ୍ରାଳୟ ଏନେଇ ଘୋଷଣା କରିଛନ୍ତି |

ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ସିଏପିଏଫ କର୍ମଚାରୀ ଅଧିକରୁ ଅଧିକ ସ୍ବଦେଶୀ ଜିନିଷ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ ପ୍ରେରିତ କରନ୍ତୁ | ବର୍ତ୍ତମାନ ଏହି ବିପଦ ସମୟରେ ଆଗକୁ ବଢି କିଛି ପରିବର୍ତ୍ତନ କରିବାର ସମୟ | ପ୍ରତ୍ୟେକ ଭାରତୀୟ ଯଦି ଭାରତୀୟ ଉତ୍ପାଦ ବ୍ୟବହାର କରିବାକୁ ସଂକଳ୍ପ ନିଅନ୍ତି ତାହେଲେ ୫ ବର୍ଷରେ ଦେଶର ଗଣତନ୍ତ୍ର ଆତ୍ମନିର୍ଭରଶୀଳ ହୋଇପାରିବ | ତେବେ ଏହି ସଙ୍କଟ ସମୟରେ ସ୍ବଦେଶୀ ଉତ୍ପାଦ ବ୍ୟବହାର କରି ଆତ୍ମନିର୍ଭରଶୀଳ ହେବା ଏବଂ ଦେଶର ଅର୍ଥନୀତିକୁ ମଜବୁତ କରିବା ପ୍ରତ୍ୟେକ ଭାରତୀୟ କର୍ତ୍ତବ୍ୟ |  

   Related Posts