Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗଞ୍ଜାମରେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ପାରାମେଡିକାଲ କର୍ମଚାରୀଙ୍କ ଧାରଣା, ଛଟେଇ ପରେ ପୁନଃ ନିଯୁକ୍ତି ଦାବି

2/10/2020 at 3:28 PM

ଖଲ୍ଲିକୋଟ ୨।୧୦: ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ବାହାର କରାଯାଇଥିବା ଶତାଧିକ ପାରାମେଡିକାଲ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ କର୍ମଚାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦେଇଛନ୍ତି ।

କରୋନା ସମୟରେ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୫ଶହରୁ ଉର୍ଦ୍ଧ୍ବ ଏଏନଏମ, ଜିଏନଏମ, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କୁ ୩ ମସିଆ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଥିଲା । ଏହି କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ବ୍ଲକରେ ନିୟୋଜିତ ହୋଇ ସ୍ବାବ୍ ସଂଗ୍ରହ, ଥର୍ମାଲ ସ୍କ୍ରିନିଂ, ପୋଲିଅକ୍ସିମିଟର ଯାଞ୍ଚ ସମେତ କୋଭିଡ୍ ଡାକ୍ତରଖାନାରେ ମଧ୍ୟ ନିୟୋଜିତ ହୋଇଥିଲେ । କିନ୍ତୁ  ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣ କମିବା ପରେ ସେମାନଙ୍କୁ କାର୍ଯ୍ୟରୁ ବାହାର କରାଯାଇଥିବା ଅଭିଯୋଗ ହୋଇଛି ।

ସେମାଙ୍କ କହିବା ଅନୁସାରେ ଯେତେବେଳେ କେହି ଆସୁନଥିଲେ  ସେମାନଙ୍କୁ ଚୁକ୍ତିଭିତ୍ତିକରେ ରଖାଯାଇଥିଲେ କିନ୍ତୁ ଏବେ ସେମାନଙ୍କୁ ଅବହେଳା କରି ଛଟେଇ କରିଦିଆଯାଇଛି । ତେବେ ଏ ନେଇ ଜିଲ୍ଲାପାଳଙ୍କଠାରୁ କୌଣସି ସଠିକ୍ ଉତ୍ତର ନମିଳିବା ପର୍ଯ୍ୟନ୍ତ ଏହି ଧାରଣ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

   Related Posts