Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନ ସୁପ୍ରମକୋର୍ଟରେ ଖାରଜ

11/06/2021 at 3:33 PM

ନୂଆଦିଲ୍ଲୀ ୧୧।୬:   ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। ତାଙ୍କ ବିରୋଧରେ ରାଜ୍ୟ ସରକାର ଚଳାଇଥିବା ସମସ୍ତ ଯାଞ୍ଚ ମହାରାଷ୍ଟ୍ର ବାହାରକୁ ସ୍ଥାନାନ୍ତର ଲାଗି ସେ କୋର୍ଟଙ୍କୁ ନିବେଦନ କରିଥିଲେ। ଜଷ୍ଟିସ୍‌ ହେମନ୍ତ ଗୁପ୍ତାଙ୍କ ଅଧ୍ୟକ୍ଷତାରେ କୋର୍ଟଙ୍କ ଅବକାଶକାଳୀନ ପୀଠ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି।

ମପରମବୀର ସିଂହ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ଓ ସେ ୩୦ ବର୍ଷ ଧରି ରାଜ୍ୟର ସେବା କରିଛନ୍ତି । ଏହା ବାଦେ ରାଜ୍ୟ ବାହାରେ ତାଙ୍କୁ ପଚରା ଉଚରା କରାଯାଉ କହିପାରିବେନି ବୋଲି  ପୀଠ କହିଛନ୍ତି। ସେ ଯେଉଁ ବିଭାଗରେ କାର୍ଯ୍ୟ କରିଛନ୍ତି, ସେହି ବିଭାଗ ପ୍ରତି ତାଙ୍କର ଅନୁନ୍ୟ ବିଶ୍ୱାସ ରହିବା ଦରକାର। ଏଥିରେ ଯଦି ସେ କାର୍ଯ୍ୟ କରିଥିବା ରାଜ୍ୟକୁ ବିଶ୍ୱାସ କରନ୍ତିନି ବୋଲି କହିବେ ଏହା ଏକ ଚମକାଇବା ଭଳି ଅଭିଯୋଗ ହେବବୋଲି ପୀଠ କହିଛନ୍ତି। ଏଣୁ ଏଭଳି ଆବେଦନକୁ ବିଚାର ଲାଗି ଗ୍ରହଣ କରାଯାଇ ନପାରେ ବୋଲି ପୀଠ ସଫାସଫା ଶୁଣାଇ ଦେଇଛନ୍ତି। ଏଣୁ ପରମବୀର ସିଂହଙ୍କ ଓକିଲ ମହେଶ ଜେଠମଲାନୀ ତାଙ୍କ ଆବେଦନ ଫେରାଇ ଆଣିଛନ୍ତି।

ତେବେ ପରମବୀର ସିଂହ ତାଙ୍କ ଆବେଦନରେ ସେ ଜେବେଠାରୁ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଲେଣି ସେବେଠାରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଯାଉଥିବାର ଅଭିଯୋଗ କରିଛଛନ୍ତି। ଏଣୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ସିବିଆଇକୁ ଦେଇ ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଥିଲେ।

   Related Posts