କୁଖ୍ୟାତ ଆତଙ୍କବାଦୀ କସାବର ଫୋନକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIକୁ ବିକିଥିଲେ ପରମବୀର ସିଂହ! ପୂର୍ବତନ ପୋଲିସ ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

Published By : Prameya-News7 Bureau | November 26, 2021 IST

ମୁମ୍ବାଇ ୨୬/୧୧ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂହଙ୍କ ବିରୁଦ୍ଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି । ପୂର୍ବତନ ଆସିଷ୍ଟାଣ୍ଟ ପୋଲିସ କମିଶନର ସମଶେର ଖାନ ପଠାନ୍‌, ପରମ ବୀର ସିଂହଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମଶେର ପଠାନ୍‌ ଅଭିଯୋଗ କରିଛନ୍ତି ଯେ, ‘୨୬/୧୧ ମୁମ୍ବାଇ ଆକ୍ରମଣ ସମୟରେ ମୁମ୍ବାଇ ପୋଲିସର ଏଟିଏସ୍‌ DIG ଥିବା ପରମ ବୀର ସିଂହ ଗୋଟିଏ ମୋବାଇଲକୁ ଗାଏବ କରିଦେଇଥିଲେ । ଯାହାକି କୁଖ୍ୟାତ ଆତଙ୍କବାଦୀ ଅଜମଲ ଅମୀର କସାବର ମୋବାଇଲ ଫୋନ ଥିଲା ।’

ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ସମଶେର ପଠାନ୍‌ । ଏ ନେଇ ଗୁରୁବାର ସେ ମୁମ୍ବାଇ ପୋଲିସକୁ ଅଭିଯୋଗ କରିବା ସହିତ ମାମଲାର ପୁଣି ଥରେ ତଦନ୍ତ କରିବା ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି, ‘୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ଏକ ଫୋନ ମିଳିଥିଲା । ସେହି ଫୋନ ମାଧ୍ୟମରେ କସାବ ପାକିସ୍ତାନ ସହ ଲିଙ୍କରେ ଥିଲା । ସେଠାରୁ କିଛି ଆତଙ୍କବାଦୀ କସାବକୁ ଫୋନ ମାଧ୍ୟମରେ ନିର୍ଦେଶ ଦେଉଥିଲେ । ଆକ୍ରମଣ ପରେ କସାବ ବ୍ୟବହାର କରିଥିବା ଫୋନକୁ ତତ୍କାଳୀନ ପୋଲିସ ଅଧିକାରୀ ପରମ ବୀର ସିଂହ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIକୁ ଗୁପ୍ତରେ ବିକ୍ରି କରିଦେଇ ଥାଇପାରନ୍ତି ।’

Param Bir Singh 'destroyed' mobile phone of 26/11 terrorist Ajmal Kasab,  claims ex-cop | India News | Zee News

ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖି ଏହାର ତଦନ୍ତ କରିବାକୁ ଅପିଲ କରିଥିଲେ ପୂର୍ବତନ ପୋଲିସ ଅଧିକାରୀ ସମଶେର ଖାନ ପଠାନ୍‌ । ନାଁ ଗୁପ୍ତ ରଖି ସେ ମୁମ୍ବାଇ ପୋଲିସ କମିଶନରଙ୍କୁ ଏହାର ତଦନ୍ତ କରିବା ପାଇଁ ଚିଠି ଲେଖିଥିଲେ । କିନ୍ତୁ ବର୍ତ୍ତମାନ ଉକ୍ତ ଚିଠିର ଏକ ନକଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁମ୍ବାଇ ସିପିଙ୍କୁ ଅନୁରୋଧ କରିଛନ୍ତି ସମଶେର ।

ଲାଞ୍ଚ କାରବାର ତଥା ପୋଲିସ କମିଶନର ଥିବା ବେଳେ ବ୍ୟାପକ ଅନିୟମିତତା କରିଥିବା ପରମ ବୀର ସିଂହ ଏବେ ତଦନ୍ତ ପରିସରଭୁକ୍ତ ଅଛନ୍ତି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ ବୀର ସିଂହଙ୍କ ନାଁ ରେ ବିଭିନ୍ନ ଅପରାଧିକ ମାମଲା ସାମ୍ନାକୁ ଆସିବା ପରେ ତାଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହୋଇଥିଲା । ଅଦାଲତ ତାଙ୍କୁ ପଳାତକ ଘୋଷଣା କରିବା ସହିତ ବାସଭବନ ସାମ୍ନାରେ ନୋଟିସ୍‌ ଲଗାଇଥି​‌​ଲେ । ଏବେ ଦୁର୍ନୀତିଗ୍ରସ୍ତ ବାବୁ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ହଜାର ହେବା ସହିତ ୬ ଘଣ୍ଟା ଧରି ଜେରାର ସମ୍ମୁଖୀନ ହୋଇଥିଲେ ।

Param Bir never shared Kasab's phone with the authorities', Mumbai's retd.  ACP says

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.