Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ବରରେ ପାରା ଅଲିମ୍ପିକ୍ସ ହିରୋ ପ୍ରମୋଦ ଭଗତ, ବିମାନବନ୍ଦରରେ ଦିଆଗଲା ସମ୍ବର୍ଦ୍ଧନା

10/09/2021 at 3:34 PM

ଭୁବନେଶ୍ବର ୧୦।୯: ଓଡିଶାରେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରମୋଦ ଭଗତ । ବିମାନବନ୍ଦରରେ ପାରା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ପାରା ଆସୋସିଏସନ ପକ୍ଷରୁ ମଧ୍ୟ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବିମାନବନ୍ଦରରୁ ଏକ ଶୋଭାଯାତ୍ରାରେ ବାହାରିସାରିଛନ୍ତି ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ । ତାଙ୍କୁ ସ୍ବାଗତ ଜଣାଇବା ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ କରାଯାଇଛି । ସନ୍ଧ୍ୟାରେ ପ୍ରମୋଦ ଭଗତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ପ୍ରମୋଦ ଭଗତ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ପ୍ରମୋଦଙ୍କ ବିଜୟ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଛି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ପାରା ଅଲମ୍ପିକ୍ସରେ ପଦକ ବିଜେତାଙ୍କୁ ଭେଟିଥିଲେ । ପ୍ରମୋଦ ଭଗତଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ସଚ୍ଚିନ ତେନ୍ଦୁଲକର ମଧ୍ୟ ଭେଟିଥିଲେ । କଳିଙ୍ଗ ଷ୍ଟାଡିୟମରେ ବ୍ୟାପକ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

   Related Posts