୨୮ରୁ ୩୦ ଯାଏଁ ପାରଳାଖେମୁଣ୍ଡି ସଟଡାଉନ୍, ଜାରି ରହିବ ଜରୁରୀ ସ୍ୱାସ୍ଥ୍ୟ ସେବା

Published By : Prameya-News7 Bureau | June 26, 2020 IST

ପାରଳାଖେମୁଣ୍ଡି, ୨୬|୦୬:  ରାଜ୍ୟରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି । ତେବେ କରୋନା ସଂକ୍ରମଣ ରୋକିବା ପାଇଁ ଗଜପତି ଜିଲ୍ଲାର ପାରଲାଖେମୁଣ୍ଡିକୁ ତିନି ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।

ଜୁନ ୨୮ରୁ ୩୦ ତାରିଖ ଯାଏଁ ପାରଳାଖେମୁଣ୍ଡିକୁ ସଟଡାଉନ୍ ଘୋଷଣା କରାଯାଇଛି । ସେହିପରି ଗୋଷାଣୀ ଓ ଗୁମ୍ମା ବ୍ଲକକୁ ମଧ୍ୟ ସଟଡାଉନ୍ କରାଯାଇଛି । ଏତତ୍ ବ୍ୟତୀତ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତ ମଧ୍ୟ ସଟଡାଉନ୍ ରହିଛି । ତେବେ ଏହି ତିନି ଦିନ ଜରୁରୀ ସ୍ୱାସ୍ଥ୍ୟ ସେବା ଓ କ୍ଷୀର ଯୋଗାଣ ଜାରି ରହିବ । ଏହି ସମୟରେ ୪୦ଟି ମେଡିକାଲ ଟିମ୍‌ଙ୍କ ଦ୍ୱାରା କରୋନା ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କର ଯାଞ୍ଚ ହେବ । ଏନେଇ ଗଜପତି ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.