ବିଜେଡି ଛାଡିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ

Published By : Prameya-News7 Bureau | March 19, 2019 IST

ପାରଳାଖେମୁଣ୍ଡି ୧୯/୩ : ବିଜେଡି ଛାଡିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଏବଂ ତାଙ୍କ ସମର୍ଥକ । ଦଳୀୟ ଟିକଟରୁ ବାଦ ପଡିବା ପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ନାରାୟଣ ରାଓ । ଆଜି ଏକ ବୈଠକରେ ସମର୍ଥକଙ୍କ ମତ ଲୋଡିବା ପରେ ଏଭଳି ଘୋଷଣା କରିଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ସେ ନେଇ ଅତି ଶୀଘ୍ର ଜଣାଇବେ ବୋଲି କହିଛନ୍ତି । ସମର୍ଥକ ମାନେ ମଧ୍ୟ ନାରାୟଣ ଯେଉଁ ନଷ୍ପତି ନେବେ ସେଥିରେ ସେମାନେ ସହମତ ବୋଲି କହିଛନ୍ତି ।

{"id":95086}


ରବିବାର ବିଜେଡି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ପାରଳାଖେମୁଣ୍ଡିରୁ ଆସନରୁ ଆଶାୟୀ ଥିବା କେ.ନାରାୟଣ ରାଓ ବାଦ ପଡିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ବିଜେଡି ପାଇଁ କାମ କରୁଥିଲି କିନ୍ତୁ ଦଳ ଆଜି ମତେ ଧକ୍କା ଦେଇଛି ବୋଲି ସେ ନିଜ ପ୍ରତିକ୍ରୀୟାରେ କହିଛନ୍ତି ନାରାୟଣ |

{"id":95087}


ପାରଳାଖେମୁଣ୍ଡି ଆସନ ପାଇଁ ବିଜେଡି ପାରଳା ରାଜ କୁମାରୀ କଲ୍ୟାଣୀକୁ ପ୍ରାର୍ଥୀ କରିଥିବା ବେଳେ ନାରାୟଣ ବାଦ ପଡିଥିଲେ । ତେବେ ସେ ତାଙ୍କ ପରବର୍ତି ପଦକ୍ଷେପ ସଂପର୍କରେ ନିଷ୍ପତି ନେବା ପୂର୍ବରୁ ତାଙ୍କ ସମର୍ଥକଙ୍କ ସହ ଆଲୋଚନା କରି ମତ ଲୋଡିଛନ୍ତି । ସମର୍ଥକ ଏବଂ ଶୁଭେଚ୍ଛୁ ମାନେ ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ନାରାୟଣ ଗତ ୨୦ ବର୍ଷ ହେଲା ନିସ୍ବାର୍ଥପର ଭାବେ କାମ କରିଆସୁଥିଲେ । କିନ୍ତୁ ଦଳ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଛି । ତେଣୁ ସମସ୍ତ ଜନ ପ୍ରତିନିଧି ଏବଂ ଦଳୀୟ ପଦପଦବୀରେ ରହିଥିବା ତାଙ୍କ ସମର୍ଥକ ମାନେ ସମୁହ ଇସ୍ତଫା ଦେଇ ନାରାୟଣଙ୍କ ନିଷ୍ପତିକୁ ସ୍ବାଗତ କରିବେ ବୋଲି କହିଛନ୍ତି ।

{"id":95088}


ଟିକଟରୁ ବାଦ ପଡିବା ପରେ ନାରାୟଣ ଦଳ ଛାଡିବା ନେଇ ଘୋଷଣା କରିଥିଲେ ମଧ୍ୟ କେଉଁ ଦଳକୁ ଯିବେ ସେ ନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି । ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ସମୟ କହିବ ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.