Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, DFO ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ଚିଟ୍‌ : ଏସ୍‌ପି କହିଲେ ‘କଲ୍‌ ଡିଟେଲ୍ସରୁ କୌଣସି ପ୍ରମାଣ ନାହିଁ’

23/07/2021 at 9:29 PM

ଗଜପତି ୨୩/୦୭ : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ DFO ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛନ୍ତି ଏସ୍‌ପି । DFOଙ୍କ କଲ୍‌ ଡିଟେଲ୍ସରୁ କୌଣସି ତଥ୍ୟ ମିଳିନଥିବା ଏବଂ ତାଙ୍କ ବିରୁଦ୍ଧରେ ସେଭଳି କୌଣସି ପ୍ରମାଣ ନଥିବା କହିଛନ୍ତି ଗଜପତି SP ତପନ କୁମାର ପଟ୍ଟନାୟକ । ଏହା ସହିତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ବାବଦରେ ତଦନ୍ତ ହେବ । ଏହା ସହିତ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କହିଛନ୍ତି ମାନବିକତା ଦୃଷ୍ଟିରୁ OIC ମମତା ପଣ୍ଡା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ୍ ଜେରା କରିଥିଲା ତଦନ୍ତକାରୀ ଟିମ୍ । ୩ ଘଣ୍ଟା ଧରି ଡିଏଫଓଙ୍କୁ ଜେରା କରାଯାଇଥିଲା । ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଖଣ୍ଡନ କରିଥିଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା । ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସଂପର୍କ ନଥିବା ଜେରା ବେଳେ ତଦନ୍ତକାରୀ ଟିମ୍ ଆଗରେ ସେ ପ୍ରକାଶ କରିଥିଲେ DFO ।

ଜେରା ଶେଷ ହେବା ପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତେବେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ସେ ସୂଚନା ଦେଇଥିଲେ । ଜେରା ସମ୍ପର୍କରେ କିନ୍ତୁ କୌଣସି ମତାମତ ଦେଇନଥିଲେ ଡିଏଫଓ ।

ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଡିଏଫଓଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଜେରା । କଡା ସୁରକ୍ଷାବଳୟ ମଧ୍ୟରେ ନିଜ ସରକାରୀ ବସଭବନରୁ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଡିଏଫଓ । ତଦନ୍ତ ପରେ ବର୍ତ୍ତମାନ DFOଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ଗଜପତି ଏସ୍‌ପି ।

   Related Posts