ବ୍ୟାଙ୍କ ସିଲ୍ , କରୋନା ପଜିଟିଭ୍‌ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | June 25, 2020 IST

ଗଜପତି ୨୫।୦୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି । ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ବ୍ୟାଙ୍କକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ୍ କୁ ସିଲ୍ କରାଯାଇଛି ।

{"id":291341,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ୨୧୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ରହିଛନ୍ତି । ତେଣୁ ପଦକ୍ଷେପ ମୂଳକ ଭାବେ ବ୍ୟାଙ୍କଙ୍କୁ ସିଲ୍‌ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୮ ସୁସ୍ଥ ହୋଇଥିବା ବେଳେ ୨୮୬ ଆକ୍ଟିଭ୍ କେସ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.