୨୦୧୧ରେ ଜଏନିଂ, ମାତ୍ର ୧୦ ବର୍ଷରେ ସିଇଓ, ଏମିତି ଥିଲା ଟ୍ୱିଟର ନୂଆ ବସ୍‌ଙ୍କ କ୍ୟାରିୟର

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦/୧୧: ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହେବେ । ସିଇଓ ପଦରୁ ଇସ୍ତଫା ଦେବା ପରେ ଜ୍ୟାକ୍‌ ଡର୍ସି ଏହି ଘୋଷଣା କରିସାରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ପରାଗଙ୍କ କାର୍ଯ୍ୟ ପରିବର୍ତ୍ତନଶୀଳ ହୋଇଛି । ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ ଡୋର୍ସି କହିଛନ୍ତି ଯେ କମ୍ପାନୀରେ ପ୍ରାୟ ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ।

୨୦୦୭ ରେ ଡୋର୍ସି ଟ୍ୱିଟରର ସିଇଓ ହୋଇଥିଲେ, କିନ୍ତୁ ପରବର୍ତ୍ତୀ ବର୍ଷ ତାଙ୍କୁ ବହିଷ୍କାର କରାଯାଇଥିଲା । ସେ ୨୦୧୫ ରେ ସିଇଓ ଭୂମିକାକୁ ପୁଣି ଫେରିଥିଲେ । ପରାଗ ଅଗ୍ରୱାଲ ଏପର୍ଯ୍ୟନ୍ତ ସିଟିଓ ପଦରେ କାମ କରୁଥିଲେ। ସୂଚନାଯୋଗ୍ୟ, ପରାଗ ଅଗ୍ରୱାଲ ଆଇଆଇଟି ବମ୍ବେରେ ପାଠ ପଢ଼ିଥିଲେ । ରିପୋର୍ଟ ଅନୁସାରେ ବୋର୍ଡ ଏହାର ସିଇଓ ହେବାକୁ ମଂଜୁରୀ ଦେଇଛନ୍ତି । ଏଟି ଆଣ୍ଡ ଟି, ୟାହୋ ଏବଂ ମାଇକ୍ରୋସଫ୍ଟରେ କାମ କରିବା ପରେ ପରାଗ ୨୦୨୧ରେ ଟୁଇଟରରେ ଯୋଗଦେଇଥିଲେ ।

wp:html /wp:html

ଆଇଆଇଟି ବମ୍ବେରେ ପାଠ ପଢ଼ା ଶେଷ ହେବା ପରେ ପରାଗ ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରେ ଡକ୍ଟରେଟ ଅଧ୍ୟୟନ କରିଥିଲେ। ତାଙ୍କର ସ୍କୁଲ ପାଠ୍ୟକ୍ରମ ଅଟୋମିକ ଏନାର୍ଜୀ ସେଣ୍ଟ୍ରାଲ ସ୍କୁଲରେ ହୋଇଥିଲା । ଡର୍ସି ୨୦୧୧ରେ ପରାଗଙ୍କୁ ନିଯୁକ୍ତି ଦେଇଥିଲେ । ସେ ତାଙ୍କୁ କେତେ ପସନ୍ଦ କରୁଥିଲେ ଏବାବଦରେ କର୍ମଚାରୀଙ୍କୁ ଇ-ମେଲ କରିଥିବା ପତ୍ରରେ ଉଲ୍ଲେଖ ରହିଛି। ସିଟିଓ ଭାବେ ପରାଗ ମେସିନ ଲର୍ଣ୍ଣିଙ୍ଗ ଉପରେ ବହୁତ କାମ କରିଛନ୍ତି। ଏବେ ସେ ମାତ୍ର ୧୦ ବର୍ଷ ମଧ୍ୟରେ ସିଇଓ ହୋଇପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.