ଲଗାଣ ବର୍ଷା ଯୋଗୁଁ ବେହାଲ ପାରାଦୀପ ଉପକଣ୍ଠ ପାରାଦୀପଗଡ ପଂଚାୟତ
1/09/2018 at 2:00 AM

ପାରାଦୀପ ୧/୯ : ପାରାଦୀପ ଉପକଣ୍ଠ ପାରାଦୀପ ଗଡ ଗ୍ରାମ ପଞ୍ଚାୟତରେ ଏବେ ନାହିଁ ନଥିବା ସ୍ଥିତି ଦେଖିବାକୁ ମିଳିଛି । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଓ ଗ୍ରାମରୁ ଜଳ ନିଷ୍କାସନ ହୋଇ ନ ପାରିବାରୁ ଲୋକଙ୍କ ଘରେ ଘରେ ପାଣି ପଶିଯାଇଛି । ଏପରିକି ଡ୍ରେନେଜ୍ ପାଣି ମଧ୍ୟ ଠିକ୍ ଭାବରେ ନିଷ୍କାସିତ ନହୋଇ ଗାଁ ମଧ୍ୟକୁ ପଶିଯାଇଛି । ରାସ୍ତା ଘାଟ ଘର ଦ୍ବାର ସବୁ ଆଡେ ପାଣି ପଶି ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଛି । ସକାଳୁ ଉଠି ଲୋକେ ଚଳପ୍ରଚଳ ତ ଦୂରର କଥା ଏପରିକି ଘରୁ ପଦାକୁ ବାହାରି ପାରି ନାହାଁନ୍ତି । ସବୁଠୁ ବେଶି ସମସ୍ୟା ସୃଷ୍ଟି ହୋଇଛି ଗାଁର ତଳିଆ ବସ୍ତି ଅଞ୍ଚଳରେ । ସମଗ୍ର ଅଞ୍ଚଳ ଲୋକେ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛ ନ୍ତି। ଏନେଇ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କେହି ବି ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ନାହାଁନ୍ତି ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏକପ୍ରକାର ବୃଦ୍ଧି ପାଉଛି ଯାହାକି ଏକ ଜନ ଆନ୍ଦୋଳନ ପାଇଁ ଗାଁ ଲୋକେ ପ୍ରସ୍ତୁତ ହେଉଥିବା ଜଣାପଡିଛି।