Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାରାଦୀପ ଓଏସ୍‌ଏଲ୍ ଷ୍ଟିଭେଡୋର କମ୍ପାନୀ କର୍ମଚାରୀଙ୍କ ଆନ୍ଦୋଳନ

21/08/2018 at 3:36 PM

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ କାର୍ଯ୍ୟରତ ଓଏସ୍ଏଲ୍ ଷ୍ଟିଭେଡୋର କମ୍ପାନୀର ହେଲପର କର୍ମଚାରୀଙ୍କ ଆନ୍ଦେ।ଳନ । ଏନେଇ ସମସ୍ତ ମେସିନାରୀ ଇକ୍ୟୁପମେଣ୍ଟକୁ ୱ।ର୍କସପ୍ ନିକଟରେ ରଖି ଧାରଣା ଦେଇଛନ୍ତି କର୍ମଚାରୀ । ଦୀର୍ଘ ଦିନ ହେବ ହେଲପର ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ପରବର୍ତ୍ତୀ ପର୍ଯ୍ୟାୟରେ ଅପରେଟର ଭାବେ କାର୍ଯ୍ୟ କରିବା ପାଇଁ ସକ୍ଷମ ହେଉଛନ୍ତି । ଏନେଇ ନିଜସ୍ଵ ଉଦ୍ୟମରେ ଲାଇସେନ୍ସ ମଧ୍ୟ ପ୍ରାପ୍ତ କରିଛନ୍ତି । କିନ୍ତୁ କାର୍ଯ୍ୟ କରିବା ପାଇଁ କମ୍ପାନୀ ନିକଟରେ ଆବେଦନ କଲେ ତାଙ୍କୁ ଅପରେଟର ମାନ୍ୟତା ଦିଆଯାଉନଥିବା ଅଭିଯେ।ଗ କରିଛନ୍ତି କର୍ମଚାରୀ । ଯାହାକୁ ବିରେ।ଧ କରି କାର୍ଯ୍ୟ ବନ୍ଦ ଆନ୍ଦେ।ଳନ କରାଯାଇଛି । ଏନେଇ ଉଚିତ ପଦକ୍ଷେପ ନନେଲେ ଆସନ୍ତାକାଲିଠୁ ଅନ୍ୟ କମ୍ପାନୀର ହେଲପରମାନେ ମଧ୍ୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ବନ୍ଦର ରେ ଓଏସ୍ଏଲ୍ ହ୍ୟାଣ୍ଡେଲ୍ କରୁଥିବା କେତେକ ଜାହାଜ ରେ ଲୋଡିଂ ଅନ୍ ଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

   Related Posts