ପାରାଦୀପ ବନ୍ଦରର ନୂଆ ରେକର୍ଡ, ୨୪ଘଣ୍ଟାରେ ଚଳାଚଳ କଲା ୨୯ଟି ଜାହାଜ

Published By : Prameya-News7 Bureau | May 28, 2019 IST

ପାରାଦୀପ ୨୮|୫: ନିଜ ରେକର୍ଡ ନିଜେ ଭାଙ୍ଗିଲା ପାରାଦୀପ ବନ୍ଦର । ୨୪ଘଣ୍ଟାରେ ୨୯ଟି ଜାହାଜ ଚଳାଚଳ କରି ନୂତନ ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର। ପୂର୍ବରୁ ୨୪ଘଣ୍ଟାରେ ୨୪ଟି ଓ ପରବର୍ତ୍ତୀ ସମୟରେ ୨୪ଘଣ୍ଟାରେ ୨୭ଟି ଜାହାଜ ଚଳାଚଳ କରିଥିବା ବେଳେ ଗତକାଲି ୨୪ଘଣ୍ଟାରେ ୨୯ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି ପାରାଦୀପ ବନ୍ଦର।

{"id":116792}

ସେଥିମଧ୍ୟରୁ ୧୦ଟି ଜାହାଜ ବନ୍ଦର ମଧ୍ୟକୁ ପ୍ରବେଶ କରିଥିବା ବେଳେ ୮ଟି ଜାହାଜ ବନ୍ଦର ପୋତାଶ୍ରୟରୁ ବାହାରକୁ ଯାଇଛି । ତା ସହିତ ଦିନ ତମାମ ବନ୍ଦର ପୋତାଶ୍ରୟ ମଧ୍ୟରେ ବିଭିନ୍ନ ପଣ୍ୟ କାରବାରରେ ୧୧ଟି ଜାହାଜକୁ ସ୍ଥାନାନ୍ତରିତ କରାଯାଇଛି ।

{"id":116793}

ତେବେ ଏହି ରେକର୍ଡର ଶ୍ରେୟ ବନ୍ଦର କର୍ତ୍ତୃପକ୍ଷ ବନ୍ଦରର ଶ୍ରମିକ ଓ କର୍ମଚାରୀଙ୍କୁ ଦେଇଛନ୍ତି। ତାଛଡା ପାରାଦୀପ ବନ୍ଦର ଯେପରି ଭାବେ ସଫଳତା ପରେ ସଫଳତା ହାସଲ କରୁଛି ଏହା ନିଶ୍ଚିତ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ବନ୍ଦର ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.