୨୪ଘଣ୍ଟାରେ ୨୭ଟି ଜାହାଜ ଚଳାଚଳ କରି ରେକର୍ଡ ସୃଷ୍ଟି କଲା ପାରାଦୀପ ବନ୍ଦର
14/10/2018 at 5:43 PM

ପାରାଦୀପ ୧୪/୧୦ : ପୂର୍ବର ନିଜସ୍ଵ ରେକର୍ଡ ନିଜେ ଭାଙ୍ଗିଲା ପାରାଦୀପ ବନ୍ଦର । ପ୍ରଥମ ସିଫ୍ଟ୍ ରେ ୧୨ଟି, ଦ୍ବିତୀୟ ସିଫ୍ଟ୍ ରେ ୧୧ଟି ଓ ତୃତୀୟ ସିଫ୍ଟ୍ ରେ ୪ଟି ଜାହାଜ ଯାତାୟାତ କରି ରେକର୍ଡ ସୃଷ୍ଟି କରିଛି ପାରାଦୀପ ବନ୍ଦର । ତେବେ ପୂର୍ବରୁ ୨୪ଘଣ୍ଟାରେ ୨୪ଟି ଜାହାଜ ଚଳାଚଳ କରି ରେକର୍ଡ ସୃଷ୍ଟି କରିଥିଲା ବେଳେ ଏବେ ୨୭ଟି ଜାହାଜ ଚଳାଚଳ କରି ନିଜ ରେକର୍ଡକୁ ନିଜେ ଭାଙ୍ଗି ରେକର୍ଡ ସୃଷ୍ଟି କରିଛି । ସେହିପରି ୧୦୦ ମିଲିୟନ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ୨ୟ ସ୍ଥାନ ଅଧିକାର କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଆଗକୁ ୧୨୦ଟନରୁ ଉର୍ଦ୍ଧ ପଣ୍ୟ କାରବାର କରି ପ୍ରଥମ ସ୍ଥାନ ଅଧିକାର କରିବାର ଲକ୍ଷ ରଖିଛି ପାରାଦୀପ ବନ୍ଦର । ତେବେ ଏହିପରି ଯଦି ବନ୍ଦର ମଧ୍ୟକୁ ଜାହାଜ ଚଳାଚଳ କରେ ତେବେ ପାରାଦୀପ ବନ୍ଦର ନିଶ୍ଚିତ ଲକ୍ଷ ସ୍ଥଳରେ ପହଞ୍ଚି ପାରିବ ବୋଲି କହିଛନ୍ତି ବନ୍ଦରର ଟଗ୍ ମାଷ୍ଟର । ତେବେ୨୪ଘଣ୍ଟାରେ ୨୭ଟି ଜାହାଜ ଚଳାଚଳ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି ପାରାଦୀପ ବନ୍ଦର ।