Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||

ପାରାଦୀପ ଏସାର ଷ୍ଟିଲ କାରଖାନା ଫାଟକ ସମ୍ମୁଖରେ ୧୪୪ ଧାରା ଜାରି

26/06/2018 at 6:03 AM

ପାରାଦୀପ ଏସାର ଷ୍ଟିଲ କାରଖାନା ଫାଟକ ସମ୍ମୁଖରେ ୧୪୪ ଧାରା ଜାରି । ୨ ଶ୍ରମିକ ସଂଗଠନ ମଧ୍ୟରେ ବିବାଦ କାରଣରୁ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଶ୍ରମିକ ୟୁନିୟନକୁ କଂପାନୀ କର୍ତ୍ତୃପକ୍ଷ ସ୍ବୀକୃତି ଦେଇଥିବାବେଳେ ଅନ୍ୟ ଏକ ସଂଗଠନ ଆନ୍ଦୋଳନ ଡାକରା ଦେଇଥିବାରୁ ବିବାଦ ଦେଖାଦେଇଛି । କଂପାନୀ ପ୍ରତିଷ୍ଠା ହେବା ଦିନଠାରୁ ଯାହା କିଛି ପଦକ୍ଷେପ ଗ୍ରହଣ କରିଛି ପାରାଦୀପ କୃଷକ ମଞ୍ଚ ସହାୟତାରେ କରିଛି । ଏଥିରେ ଜମିହରା ଓ ଭୂମିହରାମାନେ ସଂଗଠିତ ହୋଇ ଏସାର ଷ୍ଟିଲ କଣ୍ଟ୍ରାକ୍ଟ ୟୁନିଅନ ଗଢି HMS ସହ ଅନୁବନ୍ଧିତ ହୋଇ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପାଇଁ କାମ କରୁଛି । ଏହି ଶ୍ରମିକ ସଂଘକୁ ଏସାର କଂପାନୀ ସ୍ବୀକୃତି ଦେଇଥିବାବେଳେ ଅନ୍ୟ ଏକ ସଂଗଠନ ଏହାକୁ ବିରୋଧ କରୁଛି । ଏସାର ଷ୍ଟିଲ ୱାର୍କର୍ସ ଇଣ୍ଡିଆ ୟୁନିଅନ ସଂଗଠନ ଅଯଥା ହସ୍ତକ୍ଷେପ କରୁଥିବାରୁ ବିବାଦ ସୃଷ୍ଟି ହୋଇଛି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ କଂପାନୀ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି । ବିରୋଧ କରୁଥିବା ସଂଗଠନ ଆନ୍ଦୋଳନ ଡାକରା ଦେବା ସହ ବଡ ଧରଣର ବିକ୍ଷୋଭ କରିବାର ସୂଚନା ପାଇବା ପରେ କଂପାନୀ କର୍ତ୍ତୃପକ୍ଷ ପ୍ରଶାସନର ଦ୍ବାରସ୍ଥ ହୋଇଥିଲା । ଫାଟକ ସମ୍ମୁଖରେ କିଛି ବିକ୍ଷୋଭ ଓ ଶ୍ରମିକ ମେଳି କରାଇ ନଦେବାକୁ ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି । ଏନେଇ ପୋଲିସକୁ ଅବଗତ କରାଇବା ସହ କଂପାନୀ ଓ ଏହାର ପାଖ ସ୍ଥାନରେ ନାଲି ରଙ୍ଗର ପତାକା ଲଗାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି ।

   Related Posts