ପୁନଃ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଶ୍ରମିକ

Published By : Prameya-News7 Bureau | July 11, 2018 IST

ପାରାଦୀପ ଟର୍ମିନାଲ ରୋଡ଼ ସ୍ଥିତ ଖାଇବା ତେଲ କମ୍ପାନୀ ଫାଟକ ସମ୍ମୁଖରେ ଶ୍ରମିକଙ୍କ ବଡ ଧାରଣାର ଆନ୍ଦୋଳନ | କମ୍ପାନୀର ୧୫୨ ଜଣ ଶ୍ରମିକ କର୍ମଚାରୀ ଓ ପରିବାର କମ୍ପାନୀ ସମ୍ମୁଖ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି | ଆଦାନୀ କମ୍ପାନୀ ପୂର୍ବରୁ କାର୍ଗିଲ କମ୍ପାନୀ ନାଁରେ ପରିଚିତ ଥିଲା | ୨୦୦୪ ରେ କାର୍ଗିଲ ଖାଇବା ତେଲ କମ୍ପାନୀ ପ୍ରତିଷ୍ଠା ହୋଇଥିଲା | ପରେ ୨୦୧୬ରେ ପରିବହନ ସମସ୍ୟା ଯୋଗୁଁ କମ୍ପାନୀ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା | ଯୋଉଁଥିପାଇଁ ଏଇଠି କାମ କରୁଥିବା ୧୫୨ ଜଣ କର୍ମଚାରୀ ବେକାର ହୋଇଯାଇଥିଲେ | ଗତ କିଛି ମାସ ପୂର୍ବରୁ ଆଦାନୀ ଗ୍ରୁପ ଏହି କମ୍ପାନୀକୁ କିଣି ନେଇଥିବା ବେଳେ ସେହି ଛଟେଇ ଶ୍ରମିକମାନେ ପୁନଃ ନିଯୁକ୍ତି ଦାବି କରିଥିଲେ | ଯାହାକୁ କମ୍ପାନୀ କର୍ତ୍ତୃପକ୍ଷ ଅଣଦେଖା କରିଥିଲେ | ଏନେଇ କୌଣସି ସୁଫଳ ନମିଳିବାରୁ ପରିବାର ସମେତ ଧାରଣାରେ ବସିଛନ୍ତି ଶ୍ରମିକ | ତେବେ ପ୍ରଶାସନର ୧୪୪ ଧାରା ଜାରୀ କରାଯାଇଥିବା ବେଳେ ତାକୁ ବେଖାତିର କରି ବର୍ଷା ସତ୍ତ୍ବେ ପିଲାଙ୍କୁ ଧରି ଧାରଣାରେ ବସିଛନ୍ତି ଶ୍ରମିକମାନେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.