ଶ୍ରମିକ ଛଟେଇ ପ୍ରତିବାଦ : ପାରାଦୀପ ପୋର୍ଟ ଡକ୍ ମଜଦୁର୍ ୟୁନିଅନ୍‌ର ଧାରଣା

Published By : Prameya-News7 Bureau | October 15, 2020 IST

ପାରାଦୀପ ୧୫।୧୦: ଶ୍ରମିକ ଛଟେଇ ପ୍ରତିବାଦରେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଲେ ପାରାଦୀପ ପୋର୍ଟ ଡକ୍‌ ମଜଦୁର୍ ୟୁନିଅନର ଶ୍ରମିକ । ଗୁରୁବାର ସକାଳୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଶ୍ରମିକ ପାରାଦୀପରେ ଥିବା ରେଳ ବିଭାଗର ରନିଂ ରୁମ୍‌ ସମ୍ମୁଖରେ ପୁନଃ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ।

{"id":344749,"sizeSlug":"large"}

ଦୀର୍ଘଦିନ ହେବ ଏହି ଶ୍ରମିକମାନେ ପାରାଦୀପରେ ଥିବା ରେଲୱେ ବିଭାଗ ପକ୍ଷରୁ ଠିକାଦାର ଭାବେ ଓରିଓଣ୍ଟାଲ ସିକ୍ୟୁରିଟି ସର୍ଭିସ୍ ଅଧୀନରେ କାର୍ଯ୍ୟ କରି ଆସୁଥିଲେ । ହେଲେ ବୁଧବାର ହଠାତ୍ ୭ ଜଣ ଶ୍ରମିକଙ୍କୁ କୌଣସି କାରଣ ନଥାଇ ଛଟେଇ କରିଦେଇଥିଲେ ।

{"id":344750,"sizeSlug":"large"}

ପୂର୍ବରୁ ମଧ୍ୟ ଏଭଳି ଭାବେ କୌଣସି କାରଣ ନଥାଇ ଶ୍ରମିକଙ୍କୁ ଛଟେଇ କରାଯାଇ ବାହାର ରାଜ୍ୟର ଶ୍ରମିକମାନଙ୍କୁ ଆଣି ନିଯୁକ୍ତି ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶ୍ରମିକ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.