ବୁଲା ଗାଈଗୋରୁଙ୍କୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ପାରାଦୀପ ନେଚର ଟ୍ରଷ୍ଟର ଅଭିନବ ପ୍ରୟାସ

Published By : Prameya-News7 Bureau | September 23, 2018 IST

ପାରାଦୀପ ୨୩/୯ : ବନ୍ଦର ନଗରୀ ପାରାଦୀପ ଏକ ଶିଳ୍ପ ଭିତ୍ତିକ ଅଚଂଳ ହୋଇଥିବାରୁ ଏଠାକୁ ପ୍ରତିଦିନ ଅନେକ ଗାଡି ଯାତାୟତ କରନ୍ତି । ଗାଡିଘୋଡା ବଢିବା ସହିତ ଦିନକୁ ଦିନ ମଧ୍ୟ ବଢିବାରେ ଲାଗିଛି ଦୁର୍ଘଟଣା । ବେଳେ ବେଳେ ରାସ୍ତାରେ ବୁଲୁଥିବା ପଶୁମାନଙ୍କ ସହିତ ଧକ୍କା ହୋଇ ମଧ୍ୟ ଅନେକ ଲୋକେ ପ୍ରାଣ ହରାଇବା ସହ ପଶୁମାନଙ୍କର ବି ପ୍ରାଣ ହାରୁଥିବା ଦେଖିବାକୁ ମିଳୁଛି । ତେବେ ଏହାକୁ ରୋକିବାପାଇଁ ଏକ ଅଭିନବ ଉପାୟରେ ପ୍ରୟାସ ଆରମ୍ଭ କରିଛନ୍ତି ନେଚର ଡ୍ରାଇଭ ଟ୍ରଷ୍ଟର ସଦସ୍ୟ ମାନେ । କଳକାରଖନା ବୃଦ୍ଧି ସାଙ୍ଗକୁ ଏବେ ଗାଡି ଚଳାଚଳ ସଂଖ୍ୟା ବଢି ଗଲାଣି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାର ଗାଡି ପାରାଦିପକୁ ଯିବା ଆସିବା କରୁଥିବା ଦେଖାଗଲାଣି । ଆଉ ଗାଡି ଚଳାଚଳ ବୃଦ୍ଧିକୁ ତାଳଦେଇ ଦୁର୍ଘଟଣା ମଧ୍ୟ ବଢିଗଳାଣି । ଯାହାକୁ ନେଇ ସମସ୍ତେ ଚିନ୍ତାରେ । କେବଳ ବଡଗାଡି ଦୁର୍ଘଟଣା ଘଟାଉଥିବା ତା ନୁହେଁ ଅନେକ ସମୟରେ ଛୋଟ ଗାଡି ଗୁଡିକ ମଧ୍ୟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ରାସ୍ତାରେ ବୁଲୁଥିବା ପଶୁମାନଙ୍କ ସହିତ ଅନେକ ସମୟରେ ଦୁଇ ଚକିଆ ଜାନ ମଧ୍ୟ ଦୁର୍ଘଟଣା ଘଟୁଥିବା ନଜିରକୁ ଆସିଛି । କାରଣ ରାତି ସମୟରେ ବୁଲୁଥିବା ଏହି ପଶୁ ମାନଙ୍କୁ ଦୁଇଚକିଆ କିମ୍ବା ବଡଗାଡିମାନେ ଠିକ୍ ଭାବରେ ନଦେଖିପାରି ବହୁସମୟରେ ପଶୁ ମାନଙ୍କୁ ଧକ୍କା କରି ନିଜର ଜୀବନ ହରାଉଥିବା ବେଳେ ପଶୁମାନଙ୍କ ଜୀବନ ବି ହରାଉଥିବା ଦେଖିବାକୁ ମିଳିଛି । ତେବେ ଏହି ସବୁ ଦୁର୍ଘଟଣାକୁ କିଭଳି ରୋକା ଯାଇପାରିବ ଓ ରାତି ସମୟରେ ଗାଡି ଚାଳକ କିଭଳି ଏହି ପଶୁମାନଙ୍କୁ ଦେଖିବା ସହ ସର୍ତକତା ସହିତ ଗାଡି ଚଳାଇ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟ ମାନଙ୍କ ଜୀବନକୁ ସୁରକ୍ଷା ଦେଇପାରିବେ ସନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ନେଚର ଡ୍ରାଇଭ ଟ୍ରଷ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.