Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଧାୟକ ସମ୍ବିତ ରାଉତରାୟଙ୍କ ଟିକ୍‌ଟକ୍ ନିଶା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

22/12/2019 at 1:06 PM

ଭୁବନେଶ୍ବର ୨୨।୧୨: ଏବେ ଟିକ୍ ଟକ୍ ଭିଡିଓ ନିଶାରେ ସମସ୍ତେ ମସଗୁଲ । ଯୁବପିଢୀଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କୁ ମଧ୍ୟ ଟିକ୍ ଟକ୍ ବାୟା କରିଛି । ଏଥିରୁ ଅଭିନେତା ରାଜନେତା ମଧ୍ୟ ବାଦ୍ ପଡୁନାହନ୍ତି । ବିଭିନ୍ନ ସମୟରେ ନେତାମାନଙ୍କର ଟିକ୍ ଟକ୍ ଭିଡିଓ ଭାଇରାଲ୍ ହେଉଥିବା ନଜରକୁ ଆସୁଛି ।

ଏମିତିରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉରରାୟଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଟିକ୍ ଟକ୍ ଭିଡିଓ ବୋଲି ଜଣାପଡିଛି ।

ଭିଡିଓରେ ସମ୍ବିତ ରାଉତରାୟ ହାତରେ ଏକ ଜୀବନ୍ତ ସାପ ଧରିଥିବା ନଜରକୁ ଆସିଛି । ସାପଟିକୁ ସେ ତାଙ୍କ ବାମ ହାତରେ ଧରିଛନ୍ତି । ପାଖରେ କିଛି ଲୋକ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଶେ ହାତରେ ଧରିଥିବା ସାପକୁ ଧରି ପାଖରେ ଥିବା ଜଣେ ଯୁବକଙ୍କ ଉପରକୁ ଫିଙ୍ଗି ଡରାଉଛନ୍ତି । ଏହି ଟିକଟକ୍ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏ ନେଇ ସମ୍ବିତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts