୨୦ ବର୍ଷ ପରେ ହେବ ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣ ମୁହଁ ଖନନ କାର୍ଯ୍ୟ

Published By : Prameya-News7 Bureau | December 18, 2018 IST

ପାରାଦୀପ ୧୮|୧୨: ବିଳମ୍ବରେ ହେଉ ପଛେ ଶେଷରେ ମୁହାଣ ମୁହଁର ଖନନ କାର୍ଯ୍ୟ ଆରମ୍ଭ ହେବ । ୨୦ ବର୍ଷ ପରେ ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣ ମୁହଁ ଖନନ କାର୍ଯ୍ୟ କରିବ ପାରାଦୀପ ବନ୍ଦର । ମୁହାଣ ମୁହଁଟି ପୋତି ହୋଇପଡିଥିବାରୁ ଅନେକ ସମୟରେ ସେହି ବାଟଦେଇ ଯାତାୟତ କରୁଥିବା ମାଛ ଧରା ଟ୍ରଲର ଓ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ମତ୍ସ୍ୟଜୀବୀଙ୍କ ପ୍ରାଣହାନି ଘଟୁଥିଲା ।

{"id":65006,"width":578,"height":322}

ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି । ପାରାଦୀପ ନେହେରୁ ବଙ୍ଗଳା ମହାନଦୀ ମୁହାଣ ମୁହଁ ଖନନ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଡଙ୍ଗା ଓ ଟ୍ରଲର ଦୁର୍ଘଟଣା ଗ୍ରସ୍ତହେବାରୁ ପ୍ରାଣ ହରାଉଥିଲେ  ମତ୍ସ୍ୟଜୀବୀ । ଟ୍ରଲର ମାଲିକ ସଂଘ ମୁହାଣ ମୁହଁକୁ ଖନନକରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ବି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏଥିରେ ସମ୍ମତି ପ୍ରକାଶ କରିବା ପରେ ପାରାଦୀପ ବନ୍ଦର ଟେଣ୍ଡର ଆହ୍ବାନ କରିଥିଲା । ଏହାସହ 'ରିଚ୍ ଡ୍ରେଜିଂ ଲିମିଟେଡ’ କମ୍ପାନୀକୁ ମୁହାଣ ମୁହଁ ଖନନ କାର୍ଯ୍ୟ କରିବାପାଇଁ କାର୍ଯ୍ୟାଦେଶ ଦେଇଛି ।

{"id":65007,"width":580,"height":471}

୧୯୯୮ରେ ପାରାଦୀପ ବନ୍ଦର ୫ନମ୍ବର ଗେଟ୍ ନିକଟରେ ଥିବା ମାଛଧରା ବନ୍ଦରକୁ ନହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବନ୍ଦର ପରିଚାଳନାରେ ଥିବା ମାଛଧରା ବନ୍ଦରକୁ ୨୦୧୧ରେ ରାଜ୍ୟ ସରକାର ହାତକୁ ନେଲେ । ହେଲେ ୧୯୯୮ ପରଠାରୁ ଆଜି ପର୍ଯ୍ୟନ୍ତ ମୁହାଣ ମୁହଁର ଖନନ କାର୍ଯ୍ୟ ହେଲାନି । ଆଉ ଏହାକୁ ନେଇ  ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।  ଡ୍ରେଜିଂ ଦାବିରେ ଆନ୍ଦୋଳନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.