Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପାରାଦୀପରେ ଉଦଘାଟିତ ହେଲା ଇଣ୍ଡିଆନ ଅଏଲର ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ୍ ସେଣ୍ଟର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଉଦଘାଟନ

25/06/2020 at 4:26 PM

ପାରାଦ୍ୱୀପ, ୨୫|୦୬:  ପାରାଦୀପ ଠାରେ ଇଣ୍ଡିଆନ ଅଏଲର ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଣ୍ଟର -PADC ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭର୍ଚୁଆଲ ପ୍ଲାଟଫର୍ମରେ ଏହାର ଉଦଘାଟନ କରିଛନ୍ତି । ଓଡ଼ିଶା ତଥା ପୂର୍ବ ଭାରତରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ଦେବାପାଇଁ ଏହା ବେଶ ସହାୟକ ହେବ।

୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ବାରା ଟେକ୍ସଟାଇଲ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଉପକୃତ ହେବେ।  ଏହି PADC ୟୁନିଟ୍  ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ପଲିଷ୍ଟର ସୁତା ଓ କପଡ଼ା ପାଇଁ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ୫ ଏକରରୁ ଅଧିକ ଜମିରେ ଏହି ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଏଭଳି ବୈଷିୟକ କେନ୍ଦ୍ର ଦେଶରେ ଷଷ୍ଠ ତଥା ପୂର୍ବ ଭାରତରେ ଦ୍ୱିତୀୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ PADC  ପ୍ଲାଷ୍ଟିକ ଓ ପଲିମର ଉଦ୍ୟୋଗକୁ ଆଗକୁ ବଢ଼ାଇବ। ଏହା ସହିତ ପ୍ଲାଷ୍ଟିକ, ପେଟ୍ରୋ କେମିକାଲ କ୍ଷେତ୍ର ପାଇଁ IOCL ଭିତ୍ତିଭୂମି, କଞ୍ଚାମାଲ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।  ଭଦ୍ରକ IOCL ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।

   Related Posts