Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପାରାଦୀପ ସମୁଦ୍ର ମୁହାଣରେ ଡଙ୍ଗା ବୁଡି ଘଟଣା : ଜଣେ ଉଦ୍ଧାର ସହ ଜଣଙ୍କର ମିଳିଲା ମୃତଦେହ, ଅନ୍ୟ ଜଣେ ନିଖୋଜ

9/10/2019 at 8:26 AM

ପାରାଦୀପ ୯।୧୦: ପାରାଦୀପ ସମୁଦ୍ର ମୁହାଣରେ ଡଙ୍ଗା ବୁଡି ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତଦେହ ମିଳିଛି । ଜଣେ ମତ୍ସ୍ୟଜୀବୀ ଏବେବି ନିଖୋଜ ଅଛନ୍ତି ।

ମୃତ ମତ୍ସ୍ୟଜୀବୀ ହେଲେ ବଟକୃଷ୍ଣ ମଲ୍ଲିକ । ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିଭଳି ଉଦ୍ଧାର ମତ୍ସ୍ୟଜୀବୀ ହେଲେ ସନ୍ତୋଷ ଦାସ । ମାଛଧରି ବୋଟ୍ ସାହାଯ୍ୟରେ ଫେରୁଥିବା ବେଳେ ମୁହାଁଣ ମୁହଁରେ ଡ଼ଙ୍ଗା ବୁଡ଼ି ଯାଇଥିଲା ।

ତେବେ ଦୁଇ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିବା ବେଳେ ୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ପାରାଦୀପ ମେରାଇନ୍ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଜଣଙ୍କୁ ଉଦ୍ଧାର କରାଯାଇଛି ଜଣଙ୍କର ମୃତଦେହ ମିଳିଛି । 

   Related Posts