ବ୍ଲାକରୋଜ ଜାହାଜରେ ପିଟି ହୋଇ ଟ୍ରଲର ବୁଡିବା ଘଟଣା : ଉଦ୍ଧାର ହେଲେ ସମସ୍ତ ୮ ମତ୍ସ୍ୟଜୀବୀ

Published By : Prameya-News7 Bureau | October 26, 2020 IST

ପାରାଦୀପ ୨୬।୧୦: ସମୁଦ୍ର ଭିତରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ି ଯାଇଥିଲା ଟ୍ରଲର । ସୋମବାର ସକାଳୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ମା - ମିନୀ ନାମକ ମାଛଧରା ଟ୍ରଲର ମାଛଧରି ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତେବେ ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ବାରା ଅନ୍ୟ ଏକ ମାଛ ଧରା ବୋଟ୍ ସାହାଯ୍ୟରେ ୫ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଦୀର୍ଘ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଆଉ ୩ ଜଣକୁ ଉଦ୍ଧାର କରାଯାଇଛି । ତେବେ ବୁଡ଼ି ରହିଥିବା ଟ୍ରଲରକୁ ମଧ୍ୟ ଅନ୍ୟ ଏକ ବୋର୍ଟ ସାହାଯ୍ୟରେ କୂଳକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.