ଉଦ୍‌ଘାଟିତ ହେଲା ପାରାଦୀପ ବାଣିଜ୍ୟ ମେଳା ୨୦୧୯

Published By : Prameya-News7 Bureau | January 15, 2019 IST

ପାରାଦୀପ ୧୫|୧: ପାରାଦୀପରେ ଉଦଘାଟିତ ହେଲା ପାରାଦୀପ ବାଣିଜ୍ୟ ମେଳା ୨୦୧୯ । ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ସାଂସଦ ଡଃ କୁଳମଣୀ ସାମଲ ଯୋଗ ଦେଇଥିବାବଳେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧୀକାରୀ ବିଷ୍ଣୁ ଚରଣ ମିଶ୍ର , ପାରାଦୀପ ପୌରାଧକ୍ଷ ବସ’ ବିଶ୍ବାଳ , ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧୀକାରୀ ଦିଲିପ ମହାନ୍ତିଙ୍କ ସହ ବାଣିଜ୍ୟ ମେଳାର ଆୟୋଜକ ଦେବେନ୍ଦ୍ର ଦାସ ଯୋଗଦେଇଥିଲେ ।

ଗତ ଦୁଇବର୍ଷ ଧରି ସଫଳତାରେ ସହିତ ପାରାଦୀପ ବିଜୁ ମଇଦାନରେ ବାଣିଜ୍ୟ ମେଳା ଚାଲି ଆସୁଥିବାବଳେ ଚଳିତ ବର୍ଷ ବାଣିଜ୍ୟ ମେଳାକୁ ସରଶ ସୁନ୍ଦର କରିବାରେ ଆୟୋଜକ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବ୍ୟବସାୟୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆୟୋଜକ ପକ୍ଷରୁ ଅଧିକ ଷ୍ଟଲ୍ ନିର୍ମାଣ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବାସାୟୀମାନେ ଆସି ସେମାନଙ୍କ ବ୍ୟବସାୟ ପସରା ମେଲାଇଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାମାନଙ୍କ ମନୋରଜଂନ ପାଇଁ ବିଭିନ୍ନ ପ୍ରକାରର ଦୋଳି ଓ ଖେଳ ଉପକରଣମାନ ଏହି ମେଳାରେ ବେଶ୍ ଆକର୍ଷଣ କରିଛି ।

ଦଶଦିନ ଧରି ଏହି ବାଣିଜ୍ୟ ମେଳା ଚାଲିବାର କାର୍ଯ୍ୟକ୍ରମ ରହିଥିବାବଳେ ପ୍ରତିଦିନ ସଂଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । ପାରାଦୀପ ଏକ ବନ୍ଦର ଭିତିକ ସହର ହୋଇଥିବାରୁ ବାଣିଜ୍ୟର ବୃଦ୍ଧି ନିମନ୍ତେ ଏଭଳି ମେଳା ଆୟୋଜନ କରାଯାଇଛି । ତା ଛଡା ବିଭିନ୍ନ ସାମଗ୍ରୀ ଅତି ସୁଲଭ ମୂଲ୍ୟରେ ନିଜ ପସନ୍ଦରେ ଗ୍ରାହକମାନେ କିଣିବାର ସୁଯୋଗ ପାଇପାରିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.