ନିଜେ ନାଚିବା ସହ ସରକାରୀ ଅଧିକାରୀଙ୍କୁ ନଚାଇଲେ ବିଧାୟକ ତାରା ବାହିନୀପତି ,ପରବ ମଞ୍ଚରେ ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଲା ବିହା ମୋହିଲା ଦର୍ଶକଙ୍କ ମନ

Published By : Prameya-News7 Bureau | November 18, 2019 IST

କୋରାପୁଟ ୧୮।୧୧ -  କୋରାପୁଟରେ ଚାଲିଥିବା ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ପରବର ଦିତୀୟ ସଂଧ୍ୟା ଥିଲା ବେଶ ଉପଭୋଗ୍ୟ। ରବିବାର ଛୁଟି ସାଙ୍ଗକୁ ଶୀତୁଆ ସଂଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ପାରମ୍ପରିକ ନୃତ୍ୟ ସଂଗୀତର ମଜା ନେଇଥିଲେ ଦର୍ଶକ। ଦ୍ୱିତୀୟ ସଂଧ୍ୟାରେ ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଲା ବିହା ନୃତ୍ୟ ସହ କୁନି କଳାକାରଙ୍କ ଶିବ ତାଣ୍ଡବ ଫ୍ୟୁଜନ ,ଛଉ ନାଚ ଓ ଆନ୍ଧ୍ର ପ୍ରଦେଶର କୁଚିପୁଡି ଦର୍ଶକଙ୍କୁ ବିଭୋର କରିଥିଲା। ଆଉ କାର୍ଯ୍ୟକ୍ରମ ଶେଷରେ ପରବ ମଂଚରେ ନିଜେ ନାଚିବା ସହ ପ୍ରଶାସନିକ ଅଧିକାରୀଙ୍କୁ ନିଜ ଅନ୍ଦାଜରେ ନଚାଇଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତରେ ଦୁଲୁକିଲା କୋରାପୁଟର  ପରବ ମଞ୍ଚ। ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ପରବର  ଦିତୀୟ ସଂଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ଗୋଟିଏ ପରେ ଗୋଟିଏ ଚିତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ।ଦିତୀୟ ସଂଧ୍ୟାରେ ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଲା ବିହା,

{"id":186193,"sizeSlug":"large"}

ପ୍ରେରଣା ଡ୍ୟାନ୍ସ ଏକାଡେମୀର କଳାକାରଙ୍କ ଦ୍ବାରା ଶିବ ତାଣ୍ଡବର ଫ୍ୟୁଜନ , ଆନ୍ଧ୍ରପ୍ରଦେଶର କଳାକାରଙ୍କ ଦ୍ବାରା କୁଚିପୁଡି, ମୟୂରଭଞ୍ଜର କଳାକାରଙ୍କ ଦ୍ବାରା ଛଉ ନୃତ୍ୟ ଇତ୍ୟାଦି  ପରିଶେଷଣ କରା ଯାଇଥିଲା। ପ୍ରଥମ ଥର ପାଇଁ ପରବ ମଂଚରେ ନିଜ ସଂଗୀତ ପରିବେଷଣ କରି ପଦ୍ମଶ୍ରୀ ହଳଧର ନାଗ ଖୁସି ବ୍ୟକ୍ତ କରିଥିଲେ ବି ସଂସ୍କୃତି ନାଁରେ ଯେପରି ଅପସଂସ୍କୃତି ପଶି ଯାଉଛି ତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ମଂଚରେ କିନ୍ତୁ କୁନି କଳାକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ଚିତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରି ଖୁସି ବ୍ୟକ୍ତି କରିଥିଲେ।

ପରବର ଦିତୀୟ ସଂଧ୍ୟାରେ ରବିବାର ଛୁଟିର ଭରପୁର ମଜା ନେଇଥିଲେ ଦର୍ଶକ। ଜିଲ୍ଲା ଓ ଜିଲ୍ଲା ବାହାରୁ ପରବ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ ଜମିଥିଲା। ନୃତ୍ୟ ଗୀତ ସାଙ୍ଗକୁ ବିଭିନ୍ନ ଷ୍ଟଲ ବୁଲି ଘରକରଣା ଓ  ଅନ୍ୟାନ୍ୟ ସାମଗ୍ରୀ ବି କିଣିଥିଲେ। ଆଉ ଦିତୀୟ ସଂଧ୍ୟାରେ ପଡୋଶୀ ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀମାନେ ଅତିଥି ହୋଇ ପରବର ମଜା ନେଇଥିଲେ । ତେବେ କାର୍ଯ୍ୟକ୍ରମ ମଝିରେ କୋରାପୁଟ ଜିଲ୍ଲାପାଳ,ଏଡିଏମ୍ ଓ ଅନ୍ୟ  ପ୍ରଶାସନିକ ଅଧିକାରୀମାନଙ୍କୁ ମଂଚ ଉପରକୁ ଟାଣି ନେଇ ନିଜ ଅନ୍ଦାଜରେ ଖୁବ ନାଚିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଯାହାକୁ ଦର୍ଶକ ଖୁବ ତାଳି ମାରି ଉପଭୋଗ କରିଥିଲେ।

୩ ଦିନ ଧରି ଚାଲିବାକୁ ଥିବା ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ପରବର ଆଜି ହେଉଛି ଉଯଯାପନୀ  ସଂଧ୍ୟା।ଆଉ ଶେଷ ସଂଧ୍ୟାରେ ବି ବିଭିନ୍ନ ପାରମ୍ପରିକ ଗୀତ ନାଚ ସାଙ୍ଗକୁ ପଲ୍ଲୀଶ୍ରୀ ମେଳାର ମଜା ନେବେ ଦର୍ଶକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.