Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଚୀନ ଦେଖିଲା ଭାରତୀୟ ପାରା କମାଣ୍ଡୋଙ୍କ ଶକ୍ତି : ଲଦାଖରେ ଯୁଦ୍ଧାଭ୍ୟାସ କଲେ ଯବାନ, ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

17/07/2020 at 10:51 AM

ଲଦାଖ, ୧୭।୦୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଲେହର ଷ୍ଟକନାରେ ପହଁଚିଛନ୍ତି । ରାଜନାଥଙ୍କ ସାମ୍ନାରେ ପାରା କମାଣ୍ଡୋ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟରେ କମାଣ୍ଡୋମାନେ ଯୁଦ୍ଧାଭ୍ୟାସ କରିଥିଲେ । ଏହି ହ୍ରଦ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଭାରତ ଓ ଚୀନର ସୈନିକ ସାମ୍ନା ସାମ୍ନି ହୋଇଥିଲେ । ଭାରତ ପକ୍ଷରୁ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରାଯାଇଛି ।

ପୂର୍ବ ଲଦାଖରେ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହୋଇଥିଲା, ସେତେବେଳେ  ଆଗ୍ରା ଓ ଦେଶର ଅନ୍ୟ ସ୍ଥାନରେ ଥିବା ପାରା କମାଣ୍ଡୋଙ୍କୁ ଲଦାଖ ପଠାଯାଇଥିଲା । ଯୁଦ୍ଧ ସ୍ଥିତିକୁ ନଜରରେ ରଖି କମାଣ୍ଡୋଙ୍କୁ ମୁତୟନ କରାଯାଇଥିଲା । ଏହି କମାଣ୍ଡୋମାନେ ବଡବଡ ପାହାଡିଆ ଅଞ୍ଚଳ ଯେପରିକି ଗଲଓ୍ୱାନ ଘାଟି, ପ୍ୟାଙ୍ଗଙ୍ଗ୍ ଲେକ୍ ଓ ଦୌଲତାବେଗ୍ ଆଦି ଅଞ୍ଚଳରେ ମୁତୟନ ହୋଇଛନ୍ତି ।

ବର୍ତ୍ତମାନ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା ଜାରି ରହିଛି । ଚୀନ ସେନା ଅନେକ ଅଞ୍ଚଳରୁ ପଛକୁ ହଟିଛି । କିନ୍ତୁ ଭାରତ ସମସ୍ତ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିଛି । ଏହି ସବୁ ଯୁଦ୍ଧାଭ୍ୟାସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ପ୍ରଦର୍ଶିତ ହୋଇଛି । ଯାହା ପାରା କମାଣ୍ଡୋଜ୍ କୌଣସି ଅପରେସନ ପାଇଁ ପ୍ରସ୍ତୁତ ଥିବା ସୂଚାଉଛି ।

ଗୁରୁବାର ୧୩ ହଜାର ୮୦୦ ଫୁଟ୍ ଉଚ୍ଚତାରେ ପାରା କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ବାୟୁସେନାର ଅନେକ ହେଲିକପ୍ଟର ପ୍ୟାଙ୍ଗଙ୍ଗ୍ ହ୍ରଦ ଉପରେ ଚକ୍କର କାଟୁଛି । ସ୍ଥଳସେନା ଓ ବାୟୁସେନା ମଧ୍ୟରେ ଭଲ ତାଳମେଳ ହିଁ ଏହି ଅପରେସନ ପାଇଁ ମହତ୍ୱପୂର୍ଣ୍ଣ ।

   Related Posts