ବିବାଦୀୟ ପୋଷ୍ଟର ପ୍ରସଂଗ: “ନାରୀ ବାବଦକୁ ମୋର ସମ୍ମାନ ଅଛି” କହିଲେ ପପୁ ପମ୍‌ ପମ୍

Published By : Prameya-News7 Bureau | August 18, 2019 IST

ଭୁବନେଶ୍ବର ୧୮|୮:  ଅପକମିଂ ଫିଲ୍ମ କହ୍ନେୟାର ବିବାଦୀୟ ପୋଷ୍ଟର ସମ୍ପର୍କରେ ଶେଷରେ ପପୁ ପମ୍‌ ପମ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, “ଏବେ ୨-୩ ଦିନ ହେବ ଓଡିଶାରେ ଏକ ଗରମ ଖବର ଭାରି ଚର୍ଚ୍ଚାରେ ରହିଛି। ମୁଁ କାଳେ ନାରୀମାନଙ୍କୁ ଅସମ୍ମନୀତ କରିଛି। ୭ଜଣ ଝିଅ ଆଣ୍ଠେଇଛନ୍ତି। ମୁଁ ତାଙ୍କ ବେକରେ ଦଉଡି ପକାଇ ଠିଆ ହୋଇଛି। ଯାହା ପ୍ରକୃତରେ ଭୁଲ କଥା। ନାରୀ ବାବଦକୁ ମୋର ବି ସମ୍ମାନ ଅଛି। ମୋର ବି ମାଆ ଅଛନ୍ତି, ଭଉଣୀ ଅଛନ୍ତି। ଏମିତି ଭୁଲ ମୁଁ କେବେ କରି ନାହିଁ। ପୋଷ୍ଟରରେ ଗୀତର ଷ୍ଟିଲ ଫଟୋ ନେଇ କେହି ବୋଧେ ଏମିତି କରିଛନ୍ତି। ତାକୁ ନେଇ ବାହାରେ କିଏ ପୋଷ୍ଟର କରିଛନ୍ତି। ସେଥିପାଇଁ ମୁଁ ଦାୟି ନୁହେଁ। ମୋ ନାଁରେ କେସ ଦିଆଯାଇଛି, ସେ କଥା ମୁଁ ଶୁଣିଲି। କଥା ଭଲ କଥା ନୁହଁ। ତେବେ ସବୁବେଳେ ଚୁପ୍‌ ରହିବା ଠିକ ହେବ ନାହିଁ। ବାରମ୍ବାର ଯିଏ ପାରୁଛନ୍ତି ଯେତେବେଳେ ପାରୁଛନ୍ତି  ଆଉ କେହି ନମିଳିଳା ଭଳିଆ ମୋ ନାଁରେ ଚର୍ଚ୍ଚା ଚଲାଇଛନ୍ତି। ଏହା ମତେ କଷ୍ଟ ଦେଉଛି। ଫିଲ୍ମରେ ମୁଁ ହେଉଛି ଅଭିନେତା। ସିନେମାର ପ୍ରମୋସନରେ ପୋଷ୍ଟର ତିଆରି ହୁଏ ମୁଁ ଜାଣିଛି। କିନ୍ତୁ ଯିଏ ନାହିଁ ସିଏ ଯଦି ପୋଷ୍ଟର କରିଦେବେ ତାହେଲେ ମୁଁ କଣ କରିପାରିବି। କାରଣ ଏହି ବିଷୟରେ ମୁଁ ପ୍ରଯୋଜକଙ୍କୁ ପଚାରିଲା ପରେ ମୁଁ ଜାଣିଲି ଯେ, ପ୍ରଯୋଜନା ସଂସ୍ଥା ଏହି ପୋଷ୍ଟର କରି ନାହିଁ। ଏହି ପୋଷ୍ଟର ବାହାରେ କିଏ କରିଛନ୍ତି। ଏଥିପାଇଁ ମୁଁ କେଉଁ ଉତ୍ତରଦାୟି। ନାରୀ ସମ୍ମାନର କଥା ଯେତେବେଳେ ଆସିଛି, ନାରୀ ସଂଗଠନ ବାହାରିଛନ୍ତି ଠିକ୍‌ ଅଛି। କିନ୍ତୁ ଏଥିପାଇଁ ମତେ ଦୋଷ ନଦିଆଯାଉ।  ଏତିକି ଖାଲି ଜାଣିଥାନ୍ତୁ ସବୁବେଳେ ଭଲ କଥା ପାଇଁ ମୁଁ ଚେଷ୍ଟା କରିଥାଏ। ମନୋରଞ୍ଜନ ପାଇଁ ମୁଁ ଚେଷ୍ଟା କରେ। ଏମିତି ଥାର୍ଡ ଗ୍ରେଡର ପୋଷ୍ଟର କରିବା ମୋର କନ୍‌ସେପ୍ଟ ନୁହେଁ। ସେଥିରେ ଯାହା ବି ହୋଇଛି ସେଥିପାଇଁ ମୁଁ କଦାପି ଦାୟି ନୁହଁ”।   

{"id":145734}

ସୂଚନାଯୋଗ୍ୟ ଯେ, କହ୍ନେୟା ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏହାର ନିନ୍ଦା କରାଯାଇଥିଲା। ଦ୍ବୁତି ଚାନ୍ଦଙ୍କଠୁ ଆରମ୍ଭ କରି ଲିଙ୍କନ ସୁବୁଧିଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ। ଏପରିକି ଭୁବନେଶ୍ବର ମହିଳା ଥାନାରେ ପପୁଙ୍କ ବିରୋଧରେ ଲିଙ୍କନ ସୁବୁଧି ଏକ ମାମଲା ଦାୟର କରିଥିଲେ। ବିଭିନ୍ନ ସ୍ଥାନରେ ମହିଳା ସଂଗଠନ ପକ୍ଷରୁ ବିକ୍ଷବ ପ୍ରଦର୍ଶନ କରାଯାଇଥିଲା। କଟକ ମଧୁପାଟଣା ଥାନା ନିକଟରେ ଆଶ୍ବସ୍ତି ମହିଳା ଫାଉଣ୍ଡେସନ ପକ୍ଷରୁ ଜୋରଦାର ପ୍ରଦର୍ଶନ କରାଯାଇଥିଲା।  

{"id":145736}

କେତେବେଳେ କାଷ୍ଟିଂ କାଉଚ୍‌କୁ ନେଇ ତ କେତେବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥିବା ପପୁ ପମ୍‌ପମ୍‌ କହ୍ନେୟା ଫିଲ୍ମ ପୋଷ୍ଟର ପାଇଁ ପୁଣି ବିବାଦରେ ପଡିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.