ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପପ୍ପୁ ଯାଦବ

Published By : Prameya-News7 Bureau | June 15, 2020 IST

ମୁମ୍ବାଇ ୧୫/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଟନାରେ ରହୁଥିବା ପିଲାଦିନର ବନ୍ଧୁମାନେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେମାନଙ୍କ କହିବା ଅନୁସାରେ ସୁଶାନ୍ତ ଆତ୍ମହତ୍ୟା କରିନଥିବେ। ଜନ ଅଧିକାର ପାର୍ଟିର ଅଧ୍ୟକ୍ଷ ଏବଂ ପୂର୍ବତନ ସାଂସଦ ପପ୍ପୁ ଯାଦବ ଏହି ଘଟଣା ପଛରେ ଷଡ଼ଯନ୍ତ୍ରର ସନ୍ଦେହ ବ୍ୟକ୍ତ କରି ସିବିଆଇ ଯାଞ୍ଚ ଦାବି କରିଛନ୍ତି।

ବିହାରର ମୂଳ ବାସିନ୍ଦା ଏବଂ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସର କହିବା ଅନୁସାରେ ସେ ଛଅ ମାସରୁ ଡିପ୍ରେସନରେ ଥିଲେ। ତାଙ୍କ ଘରେ କାମ କରୁଥିବା କେୟାରଟେକରଙ୍କଠୁ ସୂଚନା ପାଇ ପୋଲିସ୍ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଆତ୍ମହତ୍ୟା ଘଟଣାରେ ପୋଲିସ୍ ପଡ଼ୋଶୀଙ୍କୁ ପଚରାଉଚୁରା ଚଳାଇଛି।

ଏହି ସମୟରେ ପାଟନାର ରାଜୀବ ନଗର ସ୍ଥିତ ସୁଶାନ୍ତଙ୍କ ଘରକୁ ଭେଟିବାକୁ ପହଞ୍ଚିଥିବା ପୂର୍ବତନ ସାଂସଦ ପପ୍ପୁ ଯାଦବ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ। ସେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.