ଶତାୟୁ ନେଉଥିଲେ ଜୀବନ୍ତ ସମାଧି, ଶ୍ରଦ୍ଧାଳୁ ମାଟି ଦେଇ ପୋତିବା ପୂର୍ବରୁ ହଠାତ୍ ହେଲା ଏମିତି...

Published By : Prameya-News7 Bureau | October 08, 2021 IST

ମଧ୍ୟପ୍ରଦେଶ ୦୮/୧୦ : ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଏକ ଅଦ୍ଭୁତ ମାମଲା ଦେଖାଯାଇଛି। ଏଠାରେ ଜଣେ ୧୦୦ ବର୍ଷ ବୟସ୍କ ବାବା ସାତ ଫୁଟ ଗଭୀର ଗର୍ତ୍ତରେ ସମାଧି ନେବାକୁ ନିଷ୍ପତ୍ତି ନେଇଥିଲେ। ଗାଁର ଲୋକମାନେ ମଧ୍ୟ ବାବାଙ୍କୁ ପାଣି ଓ କ୍ଷୀରରେ ସ୍ନାନ କରାଇ ବାବାଙ୍କୁ ଗାତରେ ଶୁଆଇଦେଇଥିଲେ। କିନ୍ତୁ ହଠାତ୍ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାବାଙ୍କୁ ସମାଧି ନେବାକୁ ଅଟକାଇଥିଲା ଏବଂ ତାଙ୍କୁ ଗାତରୁ ବାହାର କରିଥିଲା।

{"width":609,"height":455}

ସୂଚନା ଅନୁଯାୟୀ, ଘଟଣାଟି ମୋରେନାର କାଇଥୋଡା ଗାଁର। ଯେଉଁଠାରେ ରାମ ସିଂ ଛଦ୍ମନାମ ପପ୍ପଡ ବାବାଙ୍କୁ ୧୦୦ ବର୍ଷ ବୟସ ହୋଇସାରିଲାଣି। ୧୦୦ ବର୍ଷ ପୁରିଯିବା ପରେ ବାବା ସମାଧି ନେବାକୁ ଶପଥ ନେଇଥିଲେ ଏବଂ ଗ୍ରାମବାସୀଙ୍କୁ କହିଥିଲେ। କିନ୍ତୁ ଲୋକମାନେ ବାବାଙ୍କୁ ଏପରି କରିବାକୁ ବାରଣ କରିଥିଲେ। କିନ୍ତୁ ବାବା ତାଙ୍କ ଜିଦିରେ ଅଟଳ ଥିଲେ। ଶେଷରେ ଲୋକମାନେ ବାଧ୍ୟ ହୋଇ ସମାଧି ଦେବାକୁ ରାଜି ହୋଇଥିଲେ। ବାବାଙ୍କୁ ସମାଧି ଦେବା ପାଇଁ ଗାଁରେ ଅବସ୍ଥିତ ଦୁର୍ଗା ଦାଶ ଆଶ୍ରମରେ ୭ ଫୁଟ ଗଭୀର ଗାତ ଖୋଳା ଯାଇଥିଲା। ଲୋକମାନେ ପପ୍ପଡ ବାବାଙ୍କୁ ପାଣି ଏବଂ କ୍ଷୀରରେ ସ୍ନାନ କରାଇଥିଲେ। ଏହା ପରେ ବାବା ଗାତରେ ଶୋଇପଡିଥିଲେ। ବାବାଙ୍କ ଜୟ ଜୟ କାରରେ ପୁରା ଗାଁ ଫାଟି ପଡୁଥିଲା।

{"width":609,"height":400}

ଗ୍ରାମବାସୀ ବାବାଙ୍କ ଉପରେ ମାଟି ଢାଳିବା ପୂର୍ବରୁ କେହି ସିଭିଲ ଲାଇନ ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାବାଙ୍କୁ ସମାଧି ନେବାକୁ ଅଟକାଇଥିଲା। ଏହା ପରେ ପପ୍ପଡ ବାବାଙ୍କୁ ଗାତରୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ବାବାଙ୍କୁ ପଚରିବାରୁ ସେ ଏପରି କାହିଁକି କରୁଥିଲେ, ବାବା କହିଥିଲେ ଯେ ଭଗବାନ ତାଙ୍କୁ ସ୍ୱପ୍ନରେ ଦେଖା ଦେଇଥିଲେ । ସେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିଲେଣି, ବର୍ତ୍ତମାନ ତାଙ୍କୁ ଏହି ଜୀବନରେ ଆଉ କଣ କରିବାକୁ ପଡିବ, ତେଣୁ ସେ ସମାଧି ନେଉଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.