Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !

26/01/2021 at 10:57 AM

ବୌଦ୍ଧ ୨୬।୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ବାହାରିଲା କାଗଜ ପେଷ୍ଟ ଥିବା ନୋଟ୍ । ନୋଟ୍ ଫେରସ୍ତ ନେବାକୁ ମନାକରିଦେଇଛି ବ୍ୟାଙ୍କ୍ । ଏମିତିରେ ଟଙ୍କା ଉଠାଇ ସମସ୍ୟାରେ ପଡିଛନ୍ତି ଜଣେ ଚାଷୀ ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ବୌଦ୍ଧ ଜିଲ୍ଲା ଚାରି ଛକ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ଟଙ୍କା ଉଠାଇବାକୁ ଯାଇଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ । ସେ ଏଟିଏମରୁ ୯ ହଜାର ଲେଖାଏଁ ମୋଟ୍ ୧୮ ହଜାର ଟଙ୍କା ଉଠାଇଥିଲେ । ତେବେ ଟଙ୍କା ଉଠାଇବାବେଳେ କାଗଜ ପେଷ୍ଟ ଥିବା ୨୦ଟି ୫ ଶହ ଟଙ୍କିଆ ନୋଟ୍ ଏଟିଏମରୁ ବାହାରିଥିଲା । ତେବେ ସେହି ନୋଟ୍ ଗୁଡିକ ସେ ବ୍ୟାଙ୍କକୁ ନେଇ ଫେରସ୍ତ କରିବାକୁ ଯାଇଥିଲେ ସୁଦ୍ଧା ସେବୁକୁ ନେବାକୁ ମନା କରିଦେଇଛନ୍ତି ବ୍ୟାଙ୍କ୍ କର୍ତ୍ତୃପକ୍ଷ ।

ତେବେ ଏଭଳି କାଗଜ ପେଷ୍ଟ ଥିବା ନୋଟ୍ ଗୁଡିକ କିଭଳି ଏଟିଏମ୍ ମଧ୍ୟକୁ ଆସିଲା, କେମିତି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts