Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପେପର ମିଲ୍‌ ଜମି ଅଧିଗ୍ରହଣକୁ ନେଇ ବସିଲା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କୋର୍ଟ, ବାହାରିପାରିଲାନି ନିଷ୍କର୍ସ

6/06/2021 at 9:24 AM

କଳାହାଣ୍ଡି ୦୬।୦୬: କେସିଙ୍ଗାର ବିବାଦୀୟ ଇଡକୋ ପେପର ମିଲ ଜମି ଅଧିଗ୍ରହଣକୁ ନେଇ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର କୋର୍ଟ । ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦ ଆଜି ସ୍ଥାନୀୟ ତହସିଲରେ ଏକ ସ୍ୱତନ୍ତ୍ର କୋର୍ଟ କରିଛନ୍ତି । ହେଲେ କିଛି ମାମଲା ମାନ୍ୟବର ହାଇକୋର୍ଟରେ ବିଚାରାଧୀନ ଥିବାରୁ ସମ୍ପୂର୍ଣ୍ଣ ଶୁଣାଣି ହୋପାରିନାହିଁ ।

ସୂଚନାନୁଯାୟୀ, କେସିଙ୍ଗାରେ ଇଡକୋ ସେବା ପେପର ମିଲ୍ ନାଁରେ ସ୍ଥାନୀୟ ଅଧିବାସୀଙ୍କ ଠାରୁ ଜମି ଅଧିଗ୍ରହଣ କରିଥିଲା । ୧୯୮୪ ମସିହାରେ ପେପର୍ ମିଲ ହେବ, ଲୋକେ ନିଯୁକ୍ତି ପାଇବେ ବୋଲି ଜମି ଅଧିଗ୍ରହଣ ହୋଇଥିଲା। ତେବେ ଏଠାରେ ପେପର ମିଲ୍ ନକରି ଅନ୍ୟ ଯୋଜନା ପାଇଁ କାର୍ଯ୍ୟ ହେଉଥିବାର ଦେଖି ଲୋକମାନେ ବିରୋଧ କରିଆସୁଛନ୍ତି । ଏପିରିକି କିଛି ମାମଲା କୋର୍ଟରେ ବିଚାରାଧୀନ ରହିଛି । ବର୍ତ୍ତମାନ ଇଡକୋ ସେହି ଜମିକୁ ବାଡ଼ ଦେବା ଆରମ୍ଭ କରିଥିଲେ, ହେଲେ ଲୋକଙ୍କ ବିରୋଧ ଲାଗି ତାହା ଅଧା ପଡିରହିଛି ।

ବର୍ଷ ବର୍ଷ ଧରି ଜମି ପଡି ରହିବା କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ଶିଳ୍ପ ମନ୍ତ୍ରୀ ଭାବରେ ଦିବ୍ୟଶଙ୍କର ମିଶ୍ର ଦାଇତ୍ୱ ନେବା ପରେ ଏହି ଜମିକୁ କିପରି ବ୍ୟବହାର କରାଯିବ ତାହା ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ। ମୁଖ୍ୟମନ୍ତ୍ରୀ ଏହି ସ୍ଥାନରେ ଏକ ଏମଏସଏମଇ ପାର୍କ ହେବ ବୋଲି କହିଥିଲେ। ଯେଉଁଥିରେ ଫୁଡ଼ ପାର୍କ ଓ ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ହେବା ପାଇଁ ସମସ୍ତ ଭିତ୍ତିଭୂମି ଯୋଗାଇଦେବେ ବୋଲି କହିଛନ୍ତି। ଏଥିପାଇଁ ବାଡ଼ ନିର୍ବାଚନ କାର୍ଯ୍ୟ ଆରମ୍ଭ ବି ହୋଇଛି। ତେବେ ଦୀର୍ଘ ଦିନ ହେଲା ଏହି କାମ ଅଟକିଥିବାରୁ କିଛି ଲୋକେ ପେପର ମିଲ ହେଲା ନାହିଁ ଆମ ଜମି ଫେରାଅ ବୋଲି ଦାବି କରୁଛନ୍ତି।

ଏହି ବିବାଦକୁ ନେଇ ଇଡକୋ କତ୍ତୃପକ୍ଷ ଜିଲ୍ଲାପାଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିପାଇଁ ଆଜି ଏହି ସ୍ୱତନ୍ତ୍ର କୋର୍ଟ ହୋଇଥିଲା। ପ୍ରାୟ ୧୦୦ ଜଣ ଜମି ହରାଇଥିବା ଲୋକ ଓ ଇଡକୋ କତ୍ତୃପକ୍ଷ ଉପସ୍ଥିତ ରହି ନିଜ ନିଜର ଅପିଲ କରିଥିଲେ। ଜିଲ୍ଲାପାଳ ଇଡକୋ କତ୍ତୃପକ୍ଷଙ୍କୁ କିଛି ବଡ଼ ପ୍ରକଳ୍ପରେ ଲୋକଙ୍କୁ ନିଯୁକ୍ତ ଦିଆଯିବ ବୋଲି କହିଛନ୍ତି। ସମ୍ପୂର୍ଣ୍ଣ ପୋଲିସ ପହରା ଓ ସାମାଜିକ ଦୂରତାରେ ଏହି ସ୍ୱତନ୍ତ୍ର କୋର୍ଟ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଜ୍ୟୋତିରମୟ କର ପ୍ରମୁଖ ଉପସ୍ଥିତ ଥିଲେ।

   Related Posts