ଇମାମି ପେପର ମିଲ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାରେ ୫ଟି ଦମକଳ ଗାଡି ନିୟୋଜିତ

Published By : Prameya-News7 Bureau | March 10, 2020 IST

ବାଲେଶ୍ବର ୧୦।୦୩: ହୋଲି ପର୍ବରେ ଅଘଟଣ । ସାରା ରାଜ୍ୟ ହୋଲି ପର୍ବରେ ବ୍ୟସ୍ତ ଥିବା ବେଳେ ଇମାମି ପେପର ମିଲ୍‌ର କାଠ ଗୋଡାଉନ୍‌ରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ।

{"id":235989,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବାଲେଶ୍ବର ସ୍ଥିତ ଇମାମି ପେପର ମିଲ୍‌ରେ ନିଆଁ ଲାଗିଛି । ହଠାତ୍‌ କାଠ ଗୋଡାଉନ୍‌ ମଧ୍ୟରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଲିଥିଲା । ଗୋଡାଉନ୍‌ରୁ ନିଆଁ ବାହାରୁଥିବାର ଦେଖି ଅଗ୍ନିଶମ ବାହିନୀକୁ ତୁରନ୍ତ ଖବର ଦିଆଯାଇଥିଲା ।

{"id":235990,"sizeSlug":"large"}

ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ନିଆଁ ବ୍ୟାପିବା ଆରମ୍ଭ ହୋଇଯାଇଥିଲା । ନିଆଁ ଲିଭା ପାଇଁ ଅଗ୍ନିଶମ ବାହିନୀର ୫ଟି ଗାଡି ଘଠଣାସ୍ଥଳରେ ପହଞ୍ଚିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ନିଆଁ ଲିଭା ପରେ କ୍ଷତିକ୍ଷତି ହୋଇଥିବା ସାମଗ୍ରୀର ତଥ୍ୟ ମିଳିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.