Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମରାଠି ମୁଭି ଶୈରତ ଏବଂ ତାର ହିନ୍ଦୀ ରିମେକ୍ ଧଡକ୍‌ରେ ଯାହା ଦେଖିଥିଲେ ଦର୍ଶକ, ତାହାର କିଛି ରିଅଲ ସିନ୍ ଘଟିଛି ବରେଲିରେ

ବରେଲି  ୧୨|୭: କୁହାଯାଏ ସାହିତ୍ୟ ଆଉ ସିନେମା ହେଉଛି ସମାଜର ଦର୍ପଣ ।ସମାଜରେ ଯାହା ଘଟିଥାଏ, ତାର ପ୍ରତିଛବି ଦେଖିବାକୁ ମିଳିଥାଏ ଏଥିରେ । ହେଲେ ଏବେ ଓଲଟା ଦେଖିବାକୁ ମିଳୁଛି । ସିନେମାରେ ଯାହା ଘଟୁଛି, ତାହା ଦେଖିବାକୁ ମିଳୁଛି ସମାଜରେ । କହିବାକୁ ଗଲେ ସିନେମାର ବ୍ୟାପକ ପ୍ରଭାବ ପଡୁଛି ଲୋକଙ୍କ ଉପରେ । କେବଳ ସିନେ ଷ୍ଟାରଙ୍କ ବେଶ ପୋଷାକକୁ ଆଜିର ୟଙ୍ଗ୍ ମାସ୍ ଅନୁକରଣ କରୁନାହାଁନ୍ତି। ସିନେମା ଦେଖି ଅନେକ ପ୍ରଭାବିତ ବି ହେଉଛନ୍ତି । ଏବେ ଏମିତି କିଛି ଘଟଣା ନଜରକୁ ଆସିଛି, ଯାହା ପୂରା ସିନେମା ପରି । ଯାହା ଦିନେ ଆପଣ ରିଲ୍‌ ରେ ଦେଖିଥିଲେ, ଏବେ ତାହା ରିଅଲରେ ଘଟିଛି । ବିଧାୟକ ବାପାଙ୍କ ଭୟରେ ତଳ ଜାତିର ପ୍ରେମିକ ସହ ଝିଅ ଫେରାର ହୋଇଯିବା । ବାହୁବଳୀ ବିଧାୟକ, ଭିଲେନ ଭଳି ଆଚରଣ କରିବା ଆଦି ଅନେକ ଚରିତ୍ର ଏବେ ଦେଖିବାକୁ ମିଳୁଛି ରିଅଲରେ ।

ଆଜି ପୁଣି ମନେ ପଡିଛି ଦଳିତଙ୍କ ମସିହା ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ କଥା ।ଯିଏ ସମାଜରେ ଦଳିତଙ୍କୁ ସମ୍ମାନର ସହ ବଞ୍ଚିବାକୁ ତଥା ସାଧାରଣଙ୍କ ପରି ସବୁ ସୁବିଧା ଯୋଗାଇ ଦେବାକୁ ସବୁବେଳେ ଲଢେଇ କରୁଥିଲେ । ଆଜି ଆମ ଦେଶ ପ୍ରଗତି ପଥରେ ଖୁବ୍ ଆଗେଇଥିବାର ଦାବି କରୁଥିବା ବେଳେ ଏବେ ବି ଆମ ସମାଜ ପଛରେ ରହିଯାଇଛି । ଜାତିପ୍ରଥା ନାଁରେ ରକ୍ତର ସଂପର୍କକୁ ଭୁଲି ଯାଉଛି । ବରେଲିରେ ଘଟିଥିବା ଏହି ଘଟଣା ବଲିଉଡର ଏକ ମୁଭିଠାରୁ କୌଣସି ଗୁଣରେ କମ୍ ନୁହେଁ । ବିଧାୟକ ବାପାର ଭୟରେ ନିଜ ଜୀବନ ସହ ନିଜ ଭଲପାଇବା ବଞ୍ଚାଇବାକୁ ପୋଲିସଠୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ଦ୍ବାରସ୍ଥ ହୋଇଛି ନୀରିହ ଝିଅ ସାକ୍ଷୀ। କଣ ପୂରା ଘଟଣା ଆସନ୍ତୁ ଜାଣିବା।

ଭଲ ପାଇବା ମାନିନଥାଏ ଦୁନିଆର ବନ୍ଧବାଡ଼ । ଦେଖିନଥାଏ ଜାତି ପ୍ରଥା । ଡରିନଥାଏ ସମାଜର ନୀତି ନିୟମକୁ ।ଥାଏ କେବଳ ଆଉ କେବଳ ଭଲ ପାଇବା ।ଯିଏ ଯେତେ ବନ୍ଧକ ସାଜିଲେ ବି ସବୁକୁ ପଛରେ ପକାଇ ଶେଷରେ ଘରୁ ଗୋଡ ବାହାର କରି ଏକାଠି ହେବାକୁ ନିଷ୍ପତ୍ତି ନିଅନ୍ତି।ହେଲେ ଲଭ୍ ଷ୍ଟୋରୀ ଥିବ ଆଉ ଏଥିରେ ଭିଲେନ୍ ନଥିବେ । କେବେ ବି ସମ୍ଭବ ନୁହେଁ । କେତେବେଳେ ଆମ ସମାଜ ତ କେତେବେଳେ ଲଭ୍ ବାର୍ଡଙ୍କ ପରିବାର ଭିଲେନ୍ ସାଜି ଲଭ୍ ଷ୍ଟୋରୀର ଦି ଏଣ୍ଡ କରିଥାନ୍ତି ।ତେବେ ଏ ତ ଥିଲା ରିଲ୍‌ ର ଏକ କାଳ୍ପନିକ କାହାଣୀ ।ହେଲେ ରିଅଲରେ ବି ଏମିତି ଏକ କାହାଣୀ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ।

କଣ ଏମାନଙ୍କର ଭୁଲ । କାହିଁକି ସମାଜରୁ ଲୁଚି ଛପି ଏମାନେ ପରସ୍ପରର ହାତ ଧରିଲେ । ଆଉ ଏବେ କାହିଁକି ଜୀବନ ବଞ୍ଚାଇବାକୁ ଭିଡିଓ ଜରିଆରେ ଗୁହାରି କରୁଛନ୍ତି । କିଏ ଏମାନେ । କଣ ଏମାନଙ୍କର ପରିଚୟ । ଆଉ କାହିଁକି ନିଜ ବାପାଙ୍କ ଠାରୁ ହିଁ ଅଧିକ ବିପଦ ରହିଛି ଏମାନଙ୍କ ପାଇଁ । ନିଜ ପସନ୍ଦର ପୁଅକୁ ଭଲପାଇ ବିବାହ କରିବା କଣ ଏତେବଡ଼ ଭୁଲ ଯେ, ଶେଷରେ ସୁରକ୍ଷା ପାଇଁ ଜାରି କରିବାକୁ ପଡିଲା ଭିଡିଓ । ବରେଲିର ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଓ ତାଙ୍କ ସ୍ବାମୀ ଅଜିତେଶ୍ । ଘରୁ ଲୁଚିକି ଯାଇ ଅଜିତେଶଙ୍କୁ ବିବାହ କରିଛନ୍ତି ସାକ୍ଷୀ । ହେଲେ ଏବେ ବିଧାୟକଙ୍କ ଝିଅକୁ ନିଜ ବାପାଙ୍କ ଠାରୁ ହିଁ ଜୀବନ ପ୍ରତି ଭୟ ଘାରିଛି । ସେଥିପାଇଁ ବାଧ୍ୟ ହୋଇ ପୋଲିସ ଓ ମିଡିଆର ସାହାରା ନେଇଛନ୍ତି ଝିଅ ସାକ୍ଷୀ । ଥରେ ମୃତ୍ୟୁ ସହ ସାମ୍ନାସାମ୍ନି ବି ହେବାକୁ ପଡିଛି ଏମାନଙ୍କୁ । ସେଥିପାଇଁ ତ ଶେଷରେ ଆହ୍ଲାବାଦ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ ବି କରିଛନ୍ତି ।

ତେବେ ଏମାନଙ୍କର ଭୁଲ କଣ ।ପରସ୍ପରକୁ ଭଲ ପାଇବା କଣ ଭୁଲ । ବିବାହ କରିବା କଣ ଭୁଲ।ନା ସାକ୍ଷୀ ଜଣେ ବିଧାୟକଙ୍କ ଝିଅ ବୋଲି ଭୁଲ । ନା । ଭୁଲ ଏତିକି ଯେ, ସାକ୍ଷୀ ଭଲ ପାଉଥିବା ପୁଅ ଅଭି ହେଉଛନ୍ତି ଦଳିତ ଶ୍ରେଣୀର । ଆଉ ସାକ୍ଷୀ ମିଶ୍ରା ହେଉଛନ୍ତି ଉତ୍ତର ପ୍ରଦେଶ ବରେଲିରୁ ବିଜେପି ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭରତ୍ତ୍ବାଲଙ୍କ ଝିଅ ।ସାକ୍ଷୀଙ୍କର ଏତିକି ଭୁଲ ଯେ, ସେ ଜଣେ ଦଳିତ ଶ୍ରେଣୀର ପୁଅକୁ ଭଲ ପାଇଥିଲେ, ଆଉ ସାତଜନ୍ମକୁ ସାକ୍ଷୀ ରଖି ଅଭିର ହାତ ଧରିଛନ୍ତି । ସାହସର ସହିତ ସବୁ ବାଧାବିଘ୍ନକୁ ଏଡାଇ ଏକାଠି ତ ହେଲେ । ହେଲେ ଆଜି ତାଙ୍କୁ ହରର କିଲିଙ୍ଗର ଭୟ ଡରାଉଛି ।ଏପଟେ ପୁଅର ପରିବାରକୁ ମଧ୍ୟ ବିଧାୟକଙ୍କ ଭୟ ଘାରୁଛି । 

ପ୍ରୟାଗରାଜର ରାମ-ଜାନକୀ ମନ୍ଦିରରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ସମସ୍ତ ପ୍ରମାଣପତ୍ର ବି ରହିଛି । କିନ୍ତୁ ବିବାହ କରାଇଥିବା ପୂଜକଙ୍କ କିହିବା କଥା ଯେ, ତାଙ୍କୁ ବିବାହ ନକରାଇବାକୁ କିଛି ଓକିଲ ବାଧ୍ୟ କରିଥିଲେ । ଏପଟେ ସାକ୍ଷୀଙ୍କ ଅଭିଯୋଗ ଯେ, ବିବାହ ପରଠାରୁ ହିଁ ତାଙ୍କ ବିଧାୟକ ବାପାଙ୍କ ଗୁଣ୍ଡା ତାଙ୍କ ପଛରେ ପଡିଛନ୍ତି । ଫଳରେ ସାକ୍ଷୀ ଓ ଅଜିତେସ୍ ଅଣ୍ଡରଗ୍ରାଉଣ୍ଡ ରହୁଛନ୍ତି । କାରଣ ବିଧାୟକ ବାପାଙ୍କ ସାମର୍ଥ୍ୟ ସଂପର୍କରେ ବେଶ୍ ଭଲ ଭାବେ ଜଣା । ଆଉ ଏହି କାରଣ ପାଇଁ ହିଁ ଦୁହେଁ ମିଡିଆର ସାହାରା ନେଇଛନ୍ତି । ଦୁଇଟି ଭିଡିଓ ଜାରି କରି ସେମାନଙ୍କୁ ସୁରକ୍ଷା ଦେବାକୁ ଗୁହାରୀ କରିଛନ୍ତି । ଏପଟେ କିନ୍ତୁ ଝିଅର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବାପା ରାଜେଶ ମିଶ୍ରା ।ଦଳୀୟ କାର୍ଯ୍ୟରେ ସେ ବ୍ୟସ୍ତ ଥିବା ବେଳେ ତାଙ୍କ ବିରୋଧରେ ମିଛ ପ୍ରଚାର କରାଯାଉଥିବା ସେ କହିଛନ୍ତି । 

ଜଣେ ବିଧାୟକ ବାପାଙ୍କୁ କାହିଁକି ଝିଅର ଏତେ ଡର ଏଥର ତ ଆପଣ ବେଶ୍ ଭଲ ଭାବରେ ବୁଝିପାରୁଥିବେ । କିନ୍ତୁ ଝିଅ ସାକ୍ଷୀର ଏହି ବୟାନ ଟିକେ ଭଲକି ଶୁଣିଲେ ହିଁ ଆପଣ ଜାଣିପାରିବେ ଯେ, କେତେ ଭୟଭୀତ ସାକ୍ଷୀ ଓ ଅଜିତେଶ…

ଏପଟେ ଏହି ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାକ୍ଷୀ ଓ ଅଭିଙ୍କୁ ଖୋଜୁଛି ପୋଲିସ । ଆଉ ଖୁବଶୀଘ୍ର ଏମାନଙ୍କୁ ଉଦ୍ଧାର କରାଯିବା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବରେଲି ଏସ୍ଏସ୍‌ପି ।

ଏହି ଦୁଇ ଭିଡିଓ ଦେଖିଲେ ଲାଗୁଛି ଯେ, ଗୋଟେ ପଟେ ତ ସାକ୍ଷୀ ଓ ଅଭିଙ୍କ ଜୀବନ ପ୍ରତି ପାଦେ ପାଦେ ବିପଦ ରହିଛି ଆଉ ଅନ୍ୟପଟେବିଧାୟକଙ୍କ ଝିଅ ହୋଇ ଜଣେ ଦଳିତ ପୁଅକୁ ବାହା ହୋଇଥିବାରୁ କାଳେ ରାଜେଶଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହେବ, ତାଙ୍କ ସମ୍ମାନରେ ଆଞ୍ଚ ଆସିବ ସେଇ ଡରରେ ଝିଅକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି ବିଧାୟକ ବାପା । କାରଣ ସାକ୍ଷୀ ଜାଣିଛନ୍ତି ଯେ, ବାପାଙ୍କ ପାଇଁ ରାଜନୈତିକ ମୋହ କେତେ ମାୟେନା ରଖେ । ସେଥିପାଇଁ ତ ଦ୍ବିତୀୟ ଭିଡିଓରେ ସାକ୍ଷୀ କହିଛନ୍ତି ଯେ,

କହିବାକୁ ଗଲେ ମରାଠି ମୁଭି ଶୈରତ ଏବଂ ତାର ହିନ୍ଦୀ ରିମେକ ଧଡ୍‌କରେ ଯାହା ଦେଖିଥିଲେ ଦର୍ଶକ, ତାହାର କିଛି ରିଅଲ ସିନ୍ ଘଟିଛି ବରେଲି । ଧର୍ମା ପ୍ରଡକ୍ସନରେ ନିର୍ମିତ ରୋମାଣ୍ଟିକ୍ ଡ୍ରାମା ମୁଭି ଧଡକ ହେଉଛି ଏହି ମରାଠି ମୁଭି ସୈରଟର ରିମେକ୍ । ଲିଡ୍ ରୋଲ୍ ମଧୁ ଏବଂ ପାର୍ଥବୀ ଭୂମିକାରେ ନଜର ଆସିଥିଲେ ଡେବ୍ୟୁ ଆର୍ଟିଷ୍ଟ ଇଶାନ୍ ଖଟ୍ଟାର ଏବଂ ଜାହ୍ନବୀ କପୁର । ପଲିଟିକାଲ ପ୍ରେସର ପକାଇ କିଭଳି ମାରପିଟ୍ କରିବା ସହ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରାଯାଇଛି । ତାହା ଦେଖିବାକୁ ମିଳିଥିଲା ଏହି ମୁଭିରେ । ସେଇ ସମାନ ଜାତିପ୍ରଥାକୁ କେନ୍ଦ୍ର କରି କିଭଳି ଦୁହିଁଙ୍କୁ ଅଲଗା କରିବାକୁ ଭରପୁର ଚେଷ୍ଟା ହୋଇଥିଲା ତାହା ଦେଖିବାକୁ ପାଇଥିଲେ ସିନେପ୍ରେମୀ । ହେଲେ ସବୁ ଲଭ୍ ଷ୍ଟୋରୀ ପରି ଏଇ ଲଭଷ୍ଟୋରୀରେ ବି ଆସିଥିଲା କ୍ଲାଇମ୍ୟାକ୍ସ । ସମାଜରେ ମାନ୍, ସମ୍ମନା, ଇଜ୍ଜତ, ରାଜନୀତିରେ ଶାସନର ମୋହ ପାଇଁ ଶେଷରେ ନୀଚ ଶ୍ରେଣୀର ପୁଅକୁ ଜୀବନ ଦେବାକୁ ପଡିଛି । କିନ୍ତୁ ବରେଲି କାହାଣୀରେ ଯେମିତି ଏଭଳି ଦି ଏଣ୍ଡ ନହେଉ । ଉଭୟ ସାକ୍ଷୀ ଏବଂ ଅଜିତେଶ୍ ଖୁସିରେ ଜୀବନ ବିତାନ୍ତୁ । ଆଉ ଏମାନଙ୍କ କାହାଣୀରେ  ଉଚ୍ଚନୀତ ଧନୀ ଗରିବ ଆଦି ପରି ସାମାଜିକ ନୀତି ନିୟମ କିଛି ବି ଫରକ୍ ନପକାଉ ।

180 Views

   ସମ୍ବନ୍ଧିତ ଖବର