ପନ୍ତଙ୍କ ଦମକାର ଶତକ : ଡ୍ରାଇଭ୍‌ ସିଟ୍‌ରେ ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନ ଭାରତ ୮୯ ରନରେ ଆଗୁଆ‌

Published By : Prameya-News7 Bureau | March 05, 2021 IST

ଅହମ୍ମଦାବଦ ୦୫/୦୩ : ଅହମ୍ମଦାବଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମଜବୁତ ସ୍ଥିତିରେ ରହିଛି ଭାରତ । ଋଷଭ ପନ୍ତଙ୍କ ଦମଦାର ଶତକ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଲଢୁଆ ଅପରାଜିତ ଅର୍ଦ୍ଧଶତକ ବଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୩୯୪/୭ ରହିଛି ।

{"width":575,"height":862}
Image

ପ୍ରଥମ ଇନିଂସରେ ମାତ୍ର ୨୦୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୭ ଓ୍ବିକେଟ୍‌ ହରାଇ ୨୯୪ ରନ୍ କରିବା ସହିତ ଭ୍ରମଣକାରୀ ଇଂଲଣ୍ଡଠାରୁ ୮୯ ରନ୍‌ର ଆଗୁଆ ରହିଛି । ଓ୍ବାଶିଂଟନ ସୁନ୍ଦର ୬୦ ଏବଂ ଅକ୍ଷର ପଟେଲ ୧୧ ରନ୍ କରି ଅପରାଜିତ ଅଛନ୍ତି । ଦ୍ବିତୀୟ ଦିନର ଶେଷ ସେସନ୍‌ରେ ଭାରତ ମାତ୍ର ଗୋଟିଏ ଓ୍ବିକେଟ୍‌ ହରାଇ ମୋଟ ୧୪୧ ରନ୍‌ ସଂଗ୍ରହ କରିଛି । ଋଷଭ ପନ୍ତ ୧୦୧ ରନ କରି ଆଉଟ ହେବା ବେଳକୁ ଭାରତର ସ୍କୋର ୨୫୯ ରନ ଥିଲା ।   

{"width":567,"height":850}
Image

ପ୍ରଥମ ଦିନ ଇଂଲଣ୍ଡ ୨୦୫ ରନ କରି ଅଲଆଉଟ ହେବା ପରେ ଭାରତ ଗୋଟିଏ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୨୪ ରନ୍‌ । ତେବେ ୨୦୫ ରନର ପିଛା କରୁଥିବା ଭାରତ ପ୍ରଥମ ଦିନରେ ହିଁ ଶୁଭମନ ଗିଲଙ୍କ ଓ୍ୱିକେଟ୍ ହରାଇଥିଲା । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ତେବେ ଦ୍ୱିତୀୟ ତେବେ ଦ୍ୱିତୀୟ ଦିନରେ ବ୍ୟାଟିଂ ଆରମ୍ଭ କରିଥିବା ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା କିଛି ସମୟ ପାଇଁ ଲଢେଇ କରିଥିଲେ । କିନ୍ତୁ ପୂଜାରା ୧୭ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିନପାରି ବ୍ୟକ୍ତିଗତ ଭାବେ ୪୯ ରନ୍‌ କରି ଆଉଟ ହୋଇଥିଲେ । ଏହା ପରେ କ୍ରିଜ୍‌ରେ ଜମି ରହିଥିବା ଅଜିଙ୍କ୍ୟ ରାହାଣେ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ସେ ବ୍ୟକ୍ତିଗତ ୨୭ ରନ ଏବଂ ରବିଚନ୍ଦ୍ରନ ଅଶ୍ବିନ ୧୩ ରନ୍‌ କରି ଆଉଟ ହୋଇଥିଲେ ।  

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ୍ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ବେନ୍ ଷ୍ଟୋକସ୍ ଓ ଜ୍ୟାକ୍ ଲିଚ୍ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.